ବାହାରୁ ଆସିଲେ ୨୦ ମିଲର
ଭଦ୍ରକ: ସରକାରୀ ବିଧି ବ୍ୟବସ୍ଥାରେ ଧାନ କିଣା ତ୍ୱରାନ୍ୱିତ କରିବା ପାଇଁ ସରକାରଙ୍କ ଅନୁମୋଦନ ଅନୁଯାଇ ଧାନ କିଣିବା ପାଇଁ ଜିଲ୍ଲା ବାହାରୁ ୨୦ ଜଣ ମିଲର୍ ଜିଲ୍ଲାରେ ପହଞ୍ଚିଛନ୍ତି । ସମ୍ବଲପୁରରୁ ୧୩, ମୟୂର୍ଭଞ୍ଜରୁ ୪, କଟକ ରୁ ୧, ଯାଜପୁରରୁ ୧, ଖୋର୍ଦ୍ଧାରୁ ୧ ଜଣ ମିଲର ଆସିଛନ୍ତି । ସୂଚନା ଯୋଗ୍ୟ କି ୫ ତାରିଖ ସନ୍ଧ୍ୟା ସୁଦ୍ଧା ଜିଲ୍ଳାରେ ୩୦୮୩୭ ଜଣ ଚାଷୀଙ୍କ ଠାରୁ ସମୁଦାୟ ୧୩୨୮୧୦୧ କ୍ୱିଣ୍ଟାଲ ଧାନ କିଣା ଯାଇଛି । ସେଥିରୁ ୧୧୨୯୯୫୩ କ୍ୱିଣ୍ଟାଲ ଧାନ ମିଲର୍ ମଣ୍ଡିରୁ ଉଠାଇ ସାରିଛନ୍ତି ।୧୯୮୧୬୫ କ୍ୱିଣ୍ଟାଲ ଧାନ ମଣ୍ଡିରେ ପଡ଼ି ରହିଛି । ପ୍ରକାଶ ଥାଉକି ଅଦ୍ୟାବଧି ୧୬୪୬୩୮୭ କ୍ୱିଣ୍ଟାଲ ଧାନ କିଣା ପାଇଁ ମିଲର୍ ମାନଙ୍କୁ ଧାର୍ଯ୍ୟ ଲକ୍ଷ୍ୟ ବଣ୍ଟା ଯାଇଛି ।