ମା’ରଟନ୍ତି କାଳୀପୂଜା
ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ବ୍ଲକର ଜଳମଣ୍ଡୁଆ ପଞ୍ଚାୟତ ପଦିନାରାୟଣପୁର ଗ୍ରାମରେ ମା’ରଟନ୍ତି କାଳୀପୂଜା ଅନୁଷ୍ଠିତ ହୋଇଛି । ମାଘ ଚତୁର୍ଦ୍ଦଶୀ ତିଥିରୁ ଆରମ୍ଭ ହୋଇଥିବା ଏହି ପୂଜା ଶନିବାର ଉଦଯାପିତ ହେବ । ତ୍ରେତୟା ଯୁଗରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ମହୀରାବଣକୁ ବଦ୍ଧ କଲାପରେ ପାତାଳପୁରୀରୁ ନିକୁମ୍ଭିଲା ଦେବୀଙ୍କୁ ଉଦ୍ଧାର କରି ମା’ରଟନ୍ତି କାଳୀଙ୍କୁ ପୂଜାଚ୍ଚନା କରିଥିଲେ ବୋଲି ପୁରାଣରେ ବର୍ଣ୍ଣିତ ଅଛି । ଏହି ସ୍ମୃତିରେ ୧୯୯୧ ମସିହାରୁ ଆରମ୍ଭ ହୋଇଥିବା ମା’ଙ୍କ ପୂଜା ପୂଜା କମଟି ଦ୍ୱାରା ପରିଚାଳିତ ହେଉଛି । ପୂଜକ ପୂର୍ଣ୍ଣଚନ୍ଦ୍ର ପାଣି ଓ ଜଗନ୍ନାଥ ପଣ୍ଡାଙ୍କ ଦ୍ୱାରା ଘଟ ସ୍ଥାପନ, ହୋମଯଜ୍ଞ ଆଦି ପୂଜା ବିଧିମତେ ହେବା ସହ ପ୍ରତ୍ୟହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ପୂଜା କମିଟି ସଭାପତି ରମାକାନ୍ତ ରାଉତ, ସମ୍ପାଦକ ବିଜୟ ରାଉତ, ନିତିପୂଜକ ଦୋଳଗୋବିନ୍ଦ ଖୁଣ୍ଟିଆ, ସଦସ୍ୟ ଗଦାଧର ରାଉତ, ଅଶୋକ ରାଉତ, ପ୍ରଦୀପ ବେହୁରିଆ, ରାଧାକାନ୍ତ ବେହୁରିଆ, ହିମାଂଶୁ ରାଉତ, ଧନେଶ୍ୱର ଯେନା, କେଦାର ଯେନା, ଉମାକାନ୍ତ ସାହୁ, ସମୀର ଧଳ, ଚନ୍ଦନ ରାଉତ, ପୁରୁଷୋତ୍ତମ ଧଳ, ଅମର ଜେନା, ଗୋବିନ୍ଦ ନାୟକ ପ୍ରମୁଖ ପୂଜାକାର୍ଯ୍ୟ ପରିଚାଳନା କରୁଛନ୍ତି ।