ବିଜେଡିର ଆଶୀର୍ବାଦ ସମାବେଶ


 ତିହିଡି, : ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକ ଅଧିନ ସିନେ୍ଦାଳ ଓ ଭାଟପଡା ପଞ୍ଚାୟତରେ ବିଜେଡି ପକ୍ଷରୁ ଆଶୀର୍ବାଦ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଦୁଇଟି ସମାବେଶରେ ବିଜେଡିର ଶତାଧିକ କର୍ମୀ ଯୋଗଦେଇ ଉଭୟ ସାଂସଦ ପ୍ରାର୍ଥିନୀ ମଞ୍ଜୁଲତା ମଣ୍ଡଳ ଓ ବିଧାୟକ ପ୍ରାର୍ଥି ବିଷ୍ଣୁବ୍ରତ ରାଉତରାୟଙ୍କୁ ଯୋଡି ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବା ଲାଗି ପଣ କରିଥିଲେ । ସିନେ୍ଦାଳ ପଞ୍ଚାୟତରେ ଉଭୟ ପ୍ରାର୍ଥି ଗତ ୫ ବର୍ଷ ଶାସନକାଳରେ ଏହି ପଞ୍ଚାୟତ ଲାଗି ବହୁବିଧ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଓଡିଶା ଆଦର୍ଶ ବିଦ୍ୟାଳୟ, ନୂଆସାହିରେ ବାତ୍ୟା ଆଶ୍ରୟସ୍ଥଳୀ, ନୂଆସାହିକୁ ଆଦର୍ଶ ଗ୍ରାମ, ମନ୍ଦିର ଓ ମସଜିଦ୍ର ପୁନଃରୁଦ୍ଧାର କରାଯିବା ସହିତ ୫ଟିରେ ୨ଟି ବ୍ଲକ ଗ୍ରାଣ୍ଟ ହାଇସ୍କୁଲକୁ ସାମିଲ କରାଯାଇଛି, ଯାହା ବିକାଶର ନମୁନା ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ସେହିପରି ସାଂସଦ ପ୍ରାର୍ଥିନୀ ମଞ୍ଜୁଲତା ମଣ୍ଡଳ ବିଗତ ୫ ବର୍ଷ ମଧ୍ୟରେ ଏହି ପଞ୍ଚାୟତକୁ ସବୁଠୁ ଅଧିକ ଗୁରୁତ୍ୱ ଦେଇ ଆସୁଛନ୍ତି ବୋଲି କହିଛନ୍ତି । ଦଳୀୟ ସଂଗଠନକୁ ଦୃଢିଭୁତ କରିବା ଲାଗି ସାଂସଦ ପାଣ୍ଠିରୁ ଆବଶ୍ୟକ ଅର୍ଥ ବ୍ୟୟବରାଦ କରିଛନ୍ତି । ପୁଣିଥିରେ ସୁଯୋଗ ମିଳିଲେ ଅଧିକରୁ ଅଧିକ ସେବା କରିପାରିବେ ବୋଲି କହିଥିଲେ । ବ୍ଲକ କାର୍ଯ୍ୟକାରୀ ସଭାପତି ବାପୁଜୀ ନାୟକଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ହରିହର ସେନାପତି, ଜିଲ୍ଲା ସମ୍ପାଦକ କମଳାକାନ୍ତ ଲେଙ୍କା, ପୂର୍ବତନ ସରପଞ୍ଚ ବୈକୁଣ୍ଠନାଥ ପାଣି, ସମିତି ସଭ୍ୟ ନକୁଳ ବାରିକ, ଉପାଧ୍ୟକ୍ଷାଙ୍କ ପ୍ରତିନିଧି ପ୍ରବୀର ନାୟକ, ପଞ୍ଚାୟତ ଯୁବ ସଭାପତି ଅରୁଣ ବାରିକ, ଅନିରୁଦ୍ଧ ବାରିକ ପ୍ରମୁଖ ମଞ୍ଚାସୀନ ହୋଇ ନବୀନ ସରକାରଙ୍କ ସଫଳତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ମାନସ ସେନାପତି, ଜିତେନ୍ଦ୍ର ପାଣି, ଚନ୍ଦ୍ରଶେଖର ପାଣି, ବଳରାମ ପରିଡା, ସନାତନ ପରିଡା, ପ୍ରଦୀପ ଦାସ, ନିତ୍ୟାନନ୍ଦ ବେହେରା, କିର୍ତ୍ତନ ରାଉତ, କମଳା ଦାସ, ସହଦ୍ କାଲା, ସୟଦ୍ ଇବ୍ରାହିମ, ଶଶିକାନ୍ତ ପରିଡା ପ୍ରମୁଖ ପରି·ଳନା କରିଥିବାବେଳେ ହଜାରେରୁ ଊଦ୍ଧ୍ୱର୍ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ । ସେହିପରି ଭାଟପଡାରେ ଆଶୀର୍ବାଦ ସମାବେଶରେ ଯୋଗ ଦେଇଥିଲେ ସାଂସଦ ପ୍ରାର୍ଥିନୀ ମଞ୍ଜୁଲତା ମଣ୍ଡଳ ଓ ବିଧାୟକ ପ୍ରାର୍ଥି ବିଷ୍ଣୁବ୍ରତ ରାଉତରାୟ । ପଞ୍ଚାୟତ ସଭାପତି ନରେନ୍ଦ୍ର ବାରିକଙ୍କ ପୌରାହିତ୍ୟରେ ଅନୁଷ୍ଠିତ ସମାବେଶରେ ବ୍ଲକ ସଭାପତି ରଘୁନାଥ ପଣ୍ଡା, କାର୍ଯ୍ୟାକରୀ ସଭାପତି ବାପୁଜୀ ନାୟକ, ଜିଲ୍ଲା ସମ୍ପାଦକ କମଳାକାନ୍ତ ଲେଙ୍କା, ନାରୀନେତ୍ରୀ କଳ୍ପନା ନାୟକ, ପୂର୍ବତନ ସରପଞ୍ଚ କିର୍ତ୍ତନ ରାଉତ, ଦେବୀପ୍ରସାଦ ପତି, ପ୍ରଭାକର ନାୟକ, ରବିନାରାୟଣ ଜେନା, ରାଜେଶ ପାଢୀ, ଭରତ ମହାପାତ୍ର, କଲ୍ୟାଣୀ ଦାସ, ତାରାକାନ୍ତ ଜେନା, ବିଷ୍ଣୁଚନ୍ଦ୍ର ଦାସ, ସୟଦ୍ ଇବ୍ରାହିମ, ଲକ୍ଷ୍ମଣ ପରିଡା, ସଂଗ୍ରାମ କେଶରୀ ଦାସ, ପ୍ରେମସିନ୍ଧୁ ନାୟକ ଓ ଅଶୋକ ବଳ ପ୍ରମୁଖ ଉପସ୍ଥିତ ଥିଲେ ।