କୁଲଣା ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଉଦଯାପିତ

ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ବ୍ଲକ ତେସିଙ୍ଗା ପଞ୍ଚାୟତ କୁଲଣା-ବିଶୋଳ ମୈତ୍ରୀ ଶ୍ରୀ ରାମଦୟା ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ ଚଳିତ ବର୍ଷ ୨୫ତମ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନର ରଜତ ଜୟନ୍ତୀ ରବିବାର ଉଦଯାପିତ ହୋଇଯାଇଛି । ପରିଷଦ ସଦସ୍ୟଙ୍କ ସହଯୋଗରେ ଅନୁଷ୍ଠିତ ବାର୍ଷିକ ପାରାୟଣକୁ ଅବସରପ୍ରାପ୍ତ ଅବକାରୀ ଅଧିକ୍ଷକ ରତିକାନ୍ତ ପଣ୍ଡା ସଂଚାଳନା କରିଥିଲେ । କର୍ତ୍ତା ମହେଶ୍ୱର ଲେଙ୍କା ଜଳଘଟ ସ୍ଥାପନ କରି ସଙ୍କଳ୍ପ କରିଥିଲେ । ପଣ୍ଡିତ ରବିନାରାୟଣ ଦାସଜୀ ମହାରାଜ ବ୍ୟାସ, ପଣ୍ଡିତ ରବିନ୍ଦ୍ର କୁମାର ପଣ୍ଡା ଓ ନାରାୟଣ ଦାଶ ପୁରୋହିତ ଦାୟିତ୍ୱ ତୁଲାଇଥିଲେ । ନଭେମ୍ବର ୨ ତାରିଖରୁ ଅଧିବାସ ପୂଜା ଅନୁଷ୍ଠିତ ହୋଇଥିବା ପାରାୟଣର ପ୍ରତ୍ୟେକ ଦିବସରେ ସୂର୍ଯ୍ୟପୂଜା, ହୋମ, ଷୋଡଶପୋଚାର ପୂଜା, ମାନସ ପାରାୟଣ ଅନୁଷ୍ଠିତ ହୋଇଥିଲା । ବିଶ୍ୱଜିତ ନାୟକ, ଶ୍ୟାମସୁନ୍ଦର ଗୋଚ୍ଛି, ଡଃ ପ୍ରଫୁଲ୍ଲ ମିଶ୍ର, ବାବାଜି ହିମାଂଶୁ ମହାରାଜ ଓ କମଳ ଲୋଚନ ଦାସଜୀ ମହାରାଜ ବିଭିନ୍ନ ସନ୍ଧ୍ୟାରେ ଦିବ୍ୟ ପ୍ରବଚନ ପ୍ରଦାନ କରିଥିଲେ । ଶୁକ୍ରବାର ସନ୍ଧ୍ୟାରେ ରୋପ୍ୟ ଜୟନ୍ତୀ ପାଳନ ଅବସରରେ ସନ୍ଥ ସମ୍ମେଳନୀ ଅନୁଷ୍ଠିତ ହୋଇଥିଲା । ପୁରୀ ପାପୁଡିଆ ମଠ ମହନ୍ତ ମଣ୍ଡଳାଧିଶ ରାମକୃଷ୍ଣ ଦାସ ଜୀ ମହାରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସନ୍ଥ ସମ୍ମେଳନୀରେ ସନ୍ଥ ବିଶ୍ୱମ୍ଭର ମହାରାଜ, ପୂର୍ଣ୍ଣଚନ୍ଦ୍ର ମହାରାଜ, କରୁଣାକର ଦାସ ଜୀ ମହାରାଜ ଆଶ୍ରୀବଚନ ପ୍ରଦାନ କରିଥିଲେ ଓ ସେମାନଙ୍କୁ ପରିଷଦ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଙ୍କିର୍ତ୍ତନ, ପୂର୍ଣର୍ାହୂତି ଓ ବ୍ୟାସ ପୂଜନ ସହ ପାରାୟଣ ଉଦଯାପିତ ହୋଇଥିଲା  ।