ବୋମାମାଡ ଘଟଣା, ୪ ଗିରଫ

 ତିହିଡି : ଭଦ୍ରକ ଜିଲ୍ଲା ତିହିଡି ଥାନାଧିନ ତଳକାଁପଡ଼ା ଗାଁରେ ବୋମାମାଡ଼ ଓ ଆକ୍ରମଣ ଘଟଣାରେ ପୁଲିସ ଉଭୟ ପକ୍ଷରୁ ୪ଜଣଙ୍କୁ ଗିରଫ କରି କୋର୍ଟ·ଲାଣ କରିଛି । ଗିରଫ୍ ଅଭିଯୁକ୍ତମାନେ ବିଶ୍ୱନାଥ ମଳିକ, ଅରୁଣ ଦାସ, ଅଭୟ ଦାସ ଓ ପ୍ରତାପ ଦାସ ବୋଲି ଜଣାଯାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗତ ୧୬ ତାରଖ ରାତିରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ବୋମାମାଡ ସହ ଆକ୍ରମଣ ଓ ପ୍ରତି ଆକ୍ରମଣରେ ଉଭୟ ପକ୍ଷରୁ ୪ ଜଣ ଗୁରୁତର ହେବା ସହିତ ୧୦ଜଣ ଆହତ ହୋଇଥିଲେ । ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଉଭୟ ପକ୍ଷରୁ ୨ଟି ପୃଥକ୍ ପୃଥକ ମାମଲା ମଧ୍ୟ ରୁଜୁ ହୋଇଥିଲା । ତେବେ ଶାସକ ବିଜେପି ଓ ବିରୋଧି ଦଳ ବିଜେଡି ମଧ୍ୟରେ ଦୀର୍ଘ ବର୍ଷ ଧରି ବିବାଦ ଲାଗି ରହିଛି । ବିଗତ ଦିନରେ ଯାହା ସ୍ଥିତି ଥିଲା ହେଲେ ବିଧାନସଭା ନିର୍ବାଚନ ପରେ ମାରପିଟ୍ ହୋଇ ଆସୁଥିବାବେଳେ ସେଦିନ ବୋମାମାଡ ଘଟଣା ପ୍ରଶାସନର ନିଦ ହଜେଇ ଦେଇଥିଲା । ଖୋଦ୍ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଘଟଣାସ୍ଥଳକୁ ଯାଇ କ୍ଷେତ୍ରୀୟ ତଦନ୍ତ କରିଥିବାବେଳେ ବୋମାମାଡ ଘଟଣାର ସାଇଣ୍ଟିଫିକ୍ ତଦନ୍ତ ମଧ୍ୟ କରାଯାଇଥିଲା । ୩ଟି ମାମଲାରେ ୩୦ ଜଣ ଅଭଯୁକ୍ତଙ୍କ ନାମ ରହିଛି । ପ୍ରଥମ ପର୍ଯ୍ୟାୟରେ ୪ ଜଣଙ୍କୁ ଗିରଫ୍ କରି ପୁଲିସ ଖାତା ଖୋଲିଥିବା ବେଳେ ଅନ୍ୟମାନଙ୍କୁ କେବେ ଧରୁଛି ତାହାକୁ ଅପେକ୍ଷା କରିଛନ୍ତି ଅଞ୍ଚଳବାସୀ