ରତନ ମୋହିନୀଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି
ଆସିକା : ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ସ୍ଥାନୀୟ ସେବା କେନ୍ଦ୍ର ଶାନ୍ତି ଶକ୍ତି ଭବନର ସଭାଗୃହରେ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ଦିବଂଗତ ମୁଖ୍ୟ ପ୍ରଶାସିକା ରାଜ ଯୋଗିନୀ ଦାଦି ରତନ ମୋହିନୀଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଶାନ୍ତି ଶକ୍ତି ଭବନର ସଞ୍ଚାଳିକା ରାଜ ଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀ ଦାଦି ରତନ ମୋହିନୀଙ୍କ ଆଧ୍ୟାତ୍ମିକ ଜୀବନ ବିଷୟରେ ସ୍ମୃତିଚାରଣ କରିବା ଅବସରରେ ପ୍ରକାଶ କରିଥିଲେ ଯେ, ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ସଂସ୍ଥାପକ ପ୍ରଜାପିତା ବ୍ରହ୍ମା ବାବାଙ୍କ ସହିତ ପରମାତ୍ମା ପିତାଙ୍କ ଶାନ୍ତି, ମୈତ୍ରୀ ତଥା ବିଶ୍ୱ ଭାଇଚାରାର ସନେ୍ଦଶ ସମଗ୍ର ବିଶ୍ୱରେ ପହଞ୍ଚାଇବା ପାଇଁ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ର ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ଆଦି ରନôଙ୍କ ମଧ୍ୟରେ ଦାଦି ରତନ ମୋହିନୀ ଅନନ୍ୟ ପ୍ରତିଭାର ଅଧିକାରିଣୀ ଥିଲେ । ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ଯୁବା ବର୍ଗର ନେତୃତ୍ୱ ନେଇ ସାରା ବିଶ୍ୱରେ ଯୁବ ଶକ୍ତିକୁ ଆଧ୍ୟାତ୍ମିକ ମାର୍ଗରେ ପରିଚାଳିତ ହେବା ପାଇଁ ଦାଦିଙ୍କ ଦିଗ୍ ଦର୍ଶନ ତଥା ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ସହସ୍ରାଧିକ ଭଉଣୀ ଭାଇଙ୍କୁ ବିଶ୍ୱ ସେବାରେ ସମର୍ପିତ ହେବା ପାଇଁ ଦାଦିଙ୍କ ଭୂମିକା ବିଶ୍ୱ ଆଦୃତ । ଆସିକା ସହରରେ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ସ୍ଥାପନ କରି ଏହି ଅଞ୍ଚଳର ସମସ୍ତ ଭଉଣୀ ଭାଇଙ୍କ କଲ୍ୟାଣ ନିମନ୍ତେ ବ୍ରହ୍ମପୁର ସବ ଜୋନ୍ର ଦିବଂଗତ ମୁଖ୍ୟ ସଂଚାଳିକା ରାଜ ଯୋଗିନୀ ବ୍ରହ୍ମାକୁମାରୀ ମଞ୍ଜୁ ଦିଦି ଓ ରାଜ ଯୋଗିନୀ ମାଳା ଦିଦିଙ୍କ ସଂକଳ୍ପକୁ ସାକାର ରୂପ ଦେବା ପାଇଁ ୨୦୦୩ ମସିହାରେ ଶାନ୍ତି ଶକ୍ତି ଭବନର ଭିତ୍ତିପ୍ରସ୍ତର ସ୍ଥାପନ କରି ଦାଦି ରତନ ମୋହିନୀ ଆମ ସହର ବାସୀଙ୍କ ପାଇଁ ଆଧ୍ୟାତ୍ମିକ ଚେତନାରେ ସମୃଦ୍ଧ ହେବା ପାଇଁ ଅନନ୍ୟ ସୁଯୋଗ ପ୍ରଦାନ କରିଛନ୍ତି । କାର୍ଯ୍ୟକ୍ରମରେ ଆସିକା ବାର୍ ଆସୋସିଏସନର ସଭାପତି ଅଜିତ୍ କୁମାର ଚୌଧୁରୀ,ବାର୍ ଆସୋସିଏସନର ପୂର୍ବତନ ସଭାପତି ସୁଧାଂଶୁ କୁମାର ପଣ୍ଡା,ଆସିକା ଏନ୍.ଏ.ସିର ପୂର୍ବତନ ଅଧ୍ୟକ୍ଷା ମଧୁସ୍ମିତା ପୋଲେଇ, ଅବସରପ୍ରାପ୍ତ ସଂସ୍କୃତ ପଣ୍ଡିତ ଦୁର୍ଗା ପ୍ରସାଦ ପଣ୍ଡା ଅତିଥିଭାବେ ଯୋଗଦେଇ ଦାଦି ରତନ ମୋହିନୀଙ୍କ ଉଦେ୍ଦଶ୍ୟରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।