ବରଗାଁରେ ସ୍ୱାଗତ ତୋରଣ ଉଦ୍ଘାଟିତ

 ନୂଆପଡ଼ା : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ବରଗାଁ ଗ୍ରାମ ପଞ୍ଚାୟତ ସ୍ୱାଗତ ତୋରଣ ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବରଗାଁ ଗ୍ରାମ ପଞ୍ଚାୟତ ସରପଞ୍ଚ ଗୋବିନ୍ଦ ବିହାରୀ ବାରିକ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ, ଖଡ଼ିଆଳ ବ୍ଳକ ଭାଇସ ଚେରମେନ ଗୌତମ ତାଣ୍ଡି,ଜିଲ୍ଲା ପରିଷଦ ସଦସ୍ୟ ଚିତ୍ତରଞ୍ଜନ ବେହେରା, ଖଡ଼ିଆଳ ବିଧାୟକ ପ୍ରତିନିଧି ଅକ୍ଷୟ ନନ୍ଦ, ବରଗାଁ ସମିତି ସଭ୍ୟା ରଶ୍ମିତା ବାରିକ ପ୍ରମୁଖ ଯୋଗଦାନ କରି ଶୁଭ ଉଦ୍ଘାଟନ କରିଥିଲେ । କାର୍ଯ୍ୟକ୍ରମରେ ବରଗାଁ ନାଏବ ସରପଞ୍ଚ ସୁମିତ୍ରା ଚଳାନ, ଏମବିକେ ପ୍ରିୟଙ୍କା ପଣ୍ଡା ସମେତ, ବରଗାଁ ପଞ୍ଚାୟତ କର୍ମଚାରୀ ରକ୍ଷ ନାଗ, ୱାର୍ଡ ମେମ୍ବର ଉଦ୍ଧବ ଶବର, ସଚିଦାନନ୍ଦ ନାଏକ, ଲଳିତ ମୋହନ ମାଝୀ, ଶଶିକଳା ମାଝୀ, ସୁଶୀଳା ସୁନାନୀ, ବସୁଧା ବାଗ, କୁନ୍ତି ମାଝୀ, ଦହନା ଶବର, ଦେବେନ୍ଦ୍ର ଶବର, ବେଲମତି ଶବର,ସରୋଜିନୀ ଶବର,ରଘୁମଣି ଶବର, ସୁଜାତା ସଗରିଆ ସମେତ ପଂଚାୟତର ଶତାଧିକ ନିମନ୍ତ୍ରିତ ଜନ ସାଧାରଣ ସହିତ ପଂଚାୟତର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।