ବିପର୍ଯ୍ୟୟ ପରିଚାଳନା କର୍ମଶାଳା

  ବଡ଼ସାହି:  ବଡ଼ସାହି ବ୍ଲକ ଅନ୍ତର୍ଗତ ସିଂହଟିଆ ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟରେ ମୟୂରଭଞ୍ଜ ଜିଲ୍ଲାପ୍ରଶାସନ ଏବଂ କଟକ ଏନଡିଆର୍ଏଫ ଟିମ୍ର ମିଳିତ ସହଯୋଗରେ ଏକ ବିପର୍ଯ୍ୟୟ ପରିଚାଳନା ଓ ଦକ୍ଷତା ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ହରିହର ବେହେରା ସଭାପତିତ୍ୱ କରିଥିବାବେଳେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ନିଗମାନନ୍ଦ ମହାପାତ୍ର କାର୍ଯକ୍ରମ ପରିଚାଳନା କରିଥିଲେ । ଉକ୍ତ କର୍ମଶାଳାରେ ମୁଖ୍ୟ ପ୍ରଶିକ୍ଷକ ଭାବେ ଏନ୍ଡିଆର୍ଏଫ କଟକର ସବ୍ ଇନିସପେକ୍ଟର ବାହାଦୁର ସିଂ, କନେଷ୍ଟବଲ ମହମ୍ମଦ ଆରାଫତ ଓ ଶିବ ଶଙ୍କର ଦାସ  ପ୍ରମୁଖ ଯୋଗ ଦେଇ ଅଗ୍ନି ନିରାପତ୍ତା, ସାପ କାମୁଡ଼ା, ବଜ୍ରପାତ ଓ ଭୂମି କମ୍ପ ଆଦିରୁ ନିଜକୁ କିପରି ସୁରକ୍ଷିତ କରିବେ ସେ ଦିଗରେ ପିଲାମାନଙ୍କୁ ଉପଯୁକ୍ତ କୌଶଳ ଶିକ୍ଷା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ ।