ଧର୍ମାନ୍ତିକରଣକୁ ବନ୍ଦ କଲା ବଜରଙ୍ଗ ଦଳ : ଘଟଣାସ୍ଥଳରେ ଉତ୍ତେଜନା

ବ୍ୟାସନଗର : ଜିଲ୍ଲାରେ ପାଦ୍ରୀ ନିରୀହ ଆଦିବାସୀ, ହରିଜନ ବସ୍ତି ବାସିନ୍ଦାଙ୍କୁ ପ୍ରଲୋଭନ ଦେଖାଇ ଧର୍ମ ପରିବର୍ତନ କରାଉଛନ୍ତି । ଆଜି ବ୍ୟାସନଗର ସ୍ଥିତ ମୁଣ୍ଡମାଳଗ୍ରାମର(ଡାହିସାହି)ବସ୍ତି ଭିତରେ ୩୦ରୁ ୪୦ଜଣ ଖ୍ରୀଷ୍ଟିଆନ ପାଦ୍ରୀ ପହଁଚି ୭୦ ଜଣଙ୍କୁ ଏକାଠି କରି ଧର୍ମାନ୍ତୀକରଣ କରାଉଥିଲେ । କୌଣସି ସୂତ୍ରରୁ ଜିଲ୍ଲା ବଜରଙ୍ଗ ଦଳ ସଂଯୋଜକ ବସନ୍ତ କୁମାର ପାତ୍ର  ସୂଚନା ପାଇସେଠାରେ ପହଁଚିବା ସଙ୍ଗେ ସଙ୍ଗେଥାନା ଅଧିକାରୀ ଉପେନ୍ଦ୍ର ପ୍ରଧାନଙ୍କୁ ଖବର ଦେଇଥିଲେ । ପୁଲିସର ସହଯୋଗରେ ଧର୍ମ ପରିବର୍ତନକୁ ବନ୍ଦ କରାଯାଇଥିଲା । ପାଦ୍ରୀ ମାନଙ୍କ ଠାରୁ ବାଇବେଲ ବାହାରିବା ସହିତ ତାଙ୍କ ଠାରୁକାହାକୁ କାହାକୁ ଧର୍ମାନ୍ତୀକରଣ କରାଯିବ ତାର ଏକ ତାଲିକା ଜବତ ହୋଇଥିଲା । ପୁଲିସ ଅଧିକାରୀ ପାଦ୍ରୀ ମାନଙ୍କୁ ବିଦା କରିବା ସହିତ. ସେଠାରେ ଧର୍ମାନ୍ତୀକରଣକୁ ବନ୍ଦ କରିଥିଲେ । କୋରେଇ ବଜରଙ୍ଗ ଦଳ ସଂଯୋଜକ ମଧୁସୂଦନ ସାମଲ.ଗୋରକ୍ଷା ପ୍ରମୁଖ ସୃତିରଞ୍ଜନ ପଣ୍ଡା. ସୁରକ୍ଷା ପ୍ରମୁଖ ଚିତରଞ୍ଜନ ମିଶ୍ର. ନଗର ଆଖଡ଼ା ପ୍ରମୁଖ ଅରମାନ ପାତ୍ର. ସହ ସୁରକ୍ଷା ପ୍ରମୁଖ ମୁନା ମଲିକ. ବିଶ୍ୱହିନ୍ଦୁ ପରିଷଦ ପୂର୍ବତନ ସଭାପତି ପ୍ରସନ୍ନ ସାମଲ. ପୂର୍ବତନ ବଜରଙ୍ଗ ଦଳ ସହ ସଂଯୋଜକ ପ୍ରତାପ ନାଏକ ଓ ପ୍ରଭାତ କୁମାର ବଳଙ୍କ ସମେତ ଅନେକ କାର୍ଯ୍ୟକର୍ତା ଉପସ୍ଥିତ ରହି ଧର୍ମାନ୍ତୀକରଣକୁ ଘୋର ବିରୋଧ କରିଥିଲେ । ସବୁଠାରୁ ଆଶ୍ଚର୍ଯ୍ୟର କଥା ଯାଜପୁର ଜିଲ୍ଲା ବ୍ୟାସନଗର ସମେତ କଳିଙ୍ଗନଗରରେ ବେଆଇନ ଭାବେ ଖ୍ରୀଷ୍ଟିଆନ ମାନେ ଧର୍ମ ପରିବର୍ତନ କରାଇବା ସହ ସରକାରୀ ଜାଗାରେ ଚର୍ଚ୍ଚ ମାନ ନିର୍ମାଣ କରି ତାଙ୍କ ଧର୍ମ ପ୍ରଚାର ପ୍ରସାର ଜୋରଦାର ଚଲାଇଥିବାର ଅଭିଯୋଗ ବଜରଙ୍ଗ ଦଳ ପକ୍ଷରରୁ ଅଭିଯୋଗ କରାଯାଇଛି । ଏପରି ସ୍ଥିତିରେ ସମସ୍ତ ହିନ୍ଦୁ ସନାତନ ଭାଇ ମାନେ ଏକ ହୋଇ ନିଜ ଧର୍ମ ରକ୍ଷା କରିବା ପାଇଁ ଆଗେଇ ଆସିବା ପାଇଁ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ନିବେଦନ କରିଛି ।