ଆଇଆଇଟି ପାଟନା ‘ସେବା ପର୍ବ’ରେ କେନ୍ଦ୍ରମନ୍ତ୍ରୀ: ଆର୍ଥିକ ବିକାଶକୁ ନୂଆ ଗତି ଦେବ ମୋଦିଙ୍କ ପ୍ରକଳ୍ପ
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ସେବା ପର୍ବ -୨୦୨୫’ ଅବସରରେ ଝାରସୁଗୁଡ଼ାରେ ଯୁବ ସମାବେଶରେ ଯୋଗଦେଇ ଓଡ଼ିଶା ସମେତ ରାଷ୍ଟ୍ର ଉଦେ୍ଦଶ୍ୟରେ ପ୍ରାୟ ୬୦,୦୦୦ କୋଟି ମୂଲ୍ୟ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉନ୍ମୋଚନ କରିଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ଗୃହ, ଦକ୍ଷତା ବିକାଶ ଓ ଭିତ୍ତିଭୂମି କ୍ଷେତ୍ରରେ ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶାର ଜନସାଧାରଣଙ୍କ ଆକାଂକ୍ଷାକୁ ପୂରଣ କରିବ । ଓଡ଼ିଶା ଏବଂ ଦେଶର ସାମାଜିକ-ଆର୍ଥିକ ବିକାଶରେ ନୂତନ ଗତି ଦେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ଆଜି ଆଇଆଇଟି ପାଟନାରୁ ଝାରସୁଗୁଡାରେ ଆୟୋଜିତ ପ୍ରଧାନମନ୍ତ୍ରୀଙ୍କ ସେବା ପକ୍ଷ କାର୍ଯ୍ୟକ୍ରମରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଯୋଡ଼ି ହୋଇଥିଲେ । ଶିଳାନ୍ୟାସ ଓ ଶୁଭାରମ୍ଭ ହୋଇଥିବା ପ୍ରକଳ୍ପ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ଶ୍ରୀ ପ୍ରଧାନ କହିଛନ୍ତି, ଓଡ଼ିଶା ଏବଂ ଆମ ଦେଶର ବିକାଶ ପଥ ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ୩,୦୦୦ କୋଟି ଟଙ୍କା ବ୍ୟୟରେ ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ଆରୁ୍ୟବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ, ବୁର୍ଲା ଏବଂ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିସôାଳୟ, ବ୍ରହ୍ମପୁରକୁ ବିଶ୍ୱସ୍ତରୀୟ ସୁପର ସ୍ପେଶାଲିଟି ଚିକିସôାଳୟରେ ରୂପାନ୍ତରଣ କରିବା ପାଇଁ ଘୋଷଣା ହୋଇଛି । ଏହି ପଦକ୍ଷେପ ହସ୍ପିଟାଲକୁ ଅତ୍ୟାଧୁନିକ ଚିକିସôା କେନ୍ଦ୍ରରେ ପରିଣତ କରିବା ସହ ସ୍ୱାସ୍ଥ୍ୟସେବାକୁ ଉନ୍ନତ କରିବ । ପ୍ରଧାନମନ୍ତ୍ରୀ ପ୍ରାୟ ୧୧,୦୦୦କୋଟି ଟଙ୍କା ନିବେଶରେ ଆଠଟି ଆଇଆଇଟି - ତିରୁପତି, ପଲକଡ଼, ଭିଲାଇ, ଜମ୍ମୁ, ଧାରୱାଡ, ଯୋଧପୁର, ପାଟନା ଏବଂ ଇନ୍ଦୋରର ସମ୍ପ୍ରସାରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ସମ୍ପ୍ରସାରଣ ଆଗାମୀ ଚାରି ବର୍ଷ ମଧ୍ୟରେ ୧୦,୦୦୦ ନୂତନ ଛାତ୍ରଛାତ୍ରୀଙ୍କ ପାଇଁ କ୍ଷମତା ସୃଷ୍ଟି କରିବ । ଏହାବ୍ୟତୀତ ଆଇଆଇଟି ଭୁବନେଶ୍ୱରରେ ସେମିକଣ୍ଡକ୍ଟର ଏବଂ ଇଏସଡିଏମ ପାର୍କ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନା ପ୍ରଶଂସନୀୟ ପଦକ୍ଷେପ । ଏହାଦ୍ୱାରା ଓଡ଼ିଶାରେ ସେମିକଣ୍ଡକ୍ଟର ଉତ୍ପାଦନ ବଢିବା ସହ ସେମିକଣ୍ଡକ୍ଟର କ୍ଷେତ୍ରରେ ଆନ୍ସିଲାରି ଇଣ୍ଡଷ୍ଟ୍ରିରେ ବ୍ୟାପକ ଅଭିବୃଦ୍ଧି ହେବ ଏବଂ ଓଡ଼ିଶାର ଅର୍ଥନୀତିକୁ ବଡ଼ ଗତି ମିଳିବ । ଭାରତବର୍ଷରେ ୪୨୦୦ କୋଟି ଟଙ୍କା ବ୍ୟୟରେ ମେରିଟ୍ ଯୋଜନା ମାଧ୍ୟମରେ ଇଞ୍ଜିନିୟରିଂ ଏବଂ ପଲିଟେକନିକ୍ ଶିକ୍ଷାନୁଷ୍ଠାନମାନଙ୍କର ଉନ୍ନତୀକରଣ ପ୍ରଶଂସନୀୟ ପଦକ୍ଷେପ । ଓଡ଼ିଶାରେ ଦକ୍ଷତା ବିକାଶକୁ ଆଗେଇ ନେବା ପାଇଁ ପ୍ରଧାନମନ୍ତ୍ରୀ ୧୯୭୯ କୋଟି ଟଙ୍କା ବ୍ୟୟରେ ସମ୍ବଲପୁର ଓ ବ୍ରହ୍ମପୁରରେ ବିଶ୍ୱ ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନା ସହିତ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ଏଗ୍ରିଟେକ, ନବୀକରଣ ଉର୍ଜା, ରିଟେଲ, ମେରାଇନ ଏବଂ ଆତିଥେୟତା କ୍ଷେତ୍ରରେ ଦକ୍ଷତା ବୃଦ୍ଧି ଉପରେ ପ୍ରାଧାନ୍ୟ ଦିଆଯିବ, ଯାହା ଦ୍ୱାରା ଆମର ଯୁବପିଢିମାନେ ଅଧିକ କୁଶଳୀ ହେବେ ଏବଂ ରୋଜଗାରର ନୂଆ ସୁଯୋଗ ତିଆରି ହେବ । ଏହି ଅବସରରେ ବିହାର ଦୀଘା ବିଧାନସଭା ନିର୍ବାଚନମଣ୍ଡଳୀରେ ଶ୍ରୀ ପ୍ରଧାନ ଘରକୁ ଯାଇ ଜନସମ୍ପର୍କ ପଦଯାତ୍ରାରେ ସାମିଲ ହେବା ସହ ସ୍ୱଦେଶୀ ଆପଣାଇବା ପାଇଁ ଆହ୍ୱାନ କରିଥିଲେ ।