ରଥଯାତ୍ରା ପାଇଁ ପ୍ରସ୍ତୁତି

 ପଟ୍ଟାମୁଣ୍ଡାଇ :  ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବାଲିପାଟଣା ପଞ୍ଚାୟତ ବାଲିପାଟଣା ଗ୍ରାମରେ ଚଳିତ ବର୍ଷ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥ ଯାତ୍ରା ପାଇଁ ବିଧି ମତେ ରଥ କାଠ ପୂଜା କରାଯାଇ ରଥ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି । ଚଳିତବର୍ଷ ରଥ ଯାତ୍ରା ଉସôବକୁ ସଫଳ କରିବା ସହିତ ଶାନ୍ତି ଶୃଙ୍ଖଳା ଓ ଆନନ୍ଦ ଉଲ୍ଲାସର ସହ ଭକ୍ତିମୟ ପରିବେଶ ମଧ୍ୟରେ ପାଳନ କରିବା ପାଇଁ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବାଲିପାଟଣା ସରପଞ୍ଚ ଅଜିତ ନାୟକ, ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସଭାପତି ରଘୁନାଥ ମଲ୍ଲିକ, ସମ୍ପାଦକ ଶରତ ନାୟକ,ସହସମ୍ପାଦକ ଦିଲ୍ଲୀପ ଜେନା, ରଥ ଯାତ୍ରା ପରିଚାଳନା କମିଟି ସଭାପତି ଧୀରେନ୍ଦ୍ର କୁମାର ସାହୁ, ସମ୍ପାଦକ ଚନ୍ଦ୍ରଶେଖର ବେହେରା, ସମାଜସେବୀ ଅଭୟ ଜେନା, ସମରେନ୍ଦ୍ର ନାୟକ ସମେତ ମନ୍ଦିର ପରିଚାଳନା ଓ ରଥ ଯାତ୍ରା ପ୍ରସ୍ତୁତି କମିଟିର ବହୁ କର୍ମକର୍ତ୍ତା, ମାନ୍ୟଗଣ୍ୟ ବ୍ୟକ୍ତି ଓ ଗ୍ରାମବାସୀ ଯୋଗ ଦେଇ ଆଲୋଚନାରେ ଭାଗ ନେବା ସହିତ ସମସ୍ତ ନୀତିକ୍ରାନ୍ତି ସହିତ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଆସନ୍ତା ରଥ ଯାତ୍ରା ଉସôବକୁ ସମ୍ପନ୍ନ କରିବା ପାଇଁ ନିଜ ନିଜର ମତାମତ ଦେଇଥିଲେ ।