ଅଡୁଆରେ ଆଇଏଏସ ପ୍ରୋବେସନର

ଭୁବନେଶ୍ୱର: ଅଡୁଆରେ ପଡ଼ି ଯାଇଛନ୍ତି ଜଣେ ଆଇଏଏସ ପ୍ରୋବେସନର  । ଆଇଏଏସ ପାଇବା ପରେ ସେ ଏବେ ପ୍ରୋବେସନର ଭାବେ ଟ୍ରେନିଂ ନେଉଛନ୍ତି  । କିନ୍ତୁ ଏକ ଗୁରୁଚଣ୍ଡାଳ ତ୍ରୁଟି ପାଇଁ ସେ ଚାକିରୀ ଆରମ୍ଭରୁ ତଦନ୍ତର ସାମ୍ନା କରିବାକୁ ଯାଉଛନ୍ତି  । ଘଟଣାଟି ଏମିତି  । ଏକ ଗାଡ଼ିର ନେମ ପ୍ଳେଟ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି  । ସୋସିଆଲ ମିଡ଼ିଆରେ ବି ଭାଇରାଲ୍ ହେବାରେ ଲାଗିଛି  । ଗାଡ଼ି ନମ୍ବର ଓଡ଼ି ୦୨ ସିଇ ୩୧୨୯ରେ ଥିବା ନେମପ୍ଲେଟରେ ଲେଖାଯାଇଛି, ଆଇଏଏସ ପ୍ରୋବସନର, କଳାହାଣ୍ଡି, ଓଡ଼ିଶା ସରକାର  । ସେହିପରି ଉପରେ ଅମ୍ବର ଲାଇଟ୍ ମଧ୍ୟ ଲାଗିଛି  । ସାଧାରଣତଃ ଆଇନ୍ ଅନୁସାରେ ଏଭଳି ବିଧିବ୍ୟବସ୍ଥା ନାହିଁ  । ଏହି ଖବର ଆସିବା ପରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କଳାହାଣ୍ଡି ଜିଲ୍ଲାପାଳଙ୍କୁ ପତ୍ର ଲେଖାଯାଇଛି  । ଅତିରିକ୍ତ ସଚିବ ମନୋଜ କୁମାର ମହାନ୍ତି ଏହି ପତ୍ର ଲେଖିଛନ୍ତି  । କେଉଁ ପରିପ୍ରେକ୍ଷୀରେ ଆଇଏଏସ ପ୍ରୋବେସନର ଏହା ବ୍ୟବହାର କରିଛନ୍ତି ତାହାର ତଦନ୍ତ କରି ରିପୋର୍ଟ ଦେବାକୁ କୁହାଯାଇଛି  ।