ରସୁଲପୁରରେ ହଇଜା କଟକଣାକୁ ଫୁ....
ବ୍ରହ୍ମବରଦା : ଜିଲ୍ଲାରେ ଏବେ ବ୍ୟାପୁଥିବା ଡାଇରିଆ ଓ ହଇଜା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ବିଭିନ୍ନ ଗାଇଡ୍ ଲାଇନ୍ ଜାରି କରିଛନ୍ତି । ଦୂଷିତ ପାଣି ଯୋଗୁ ହଇଜା ବ୍ୟାପୁଥିବା କଥା ମଧ୍ୟ କେନ୍ଦ୍ରୀୟ ଦଳ ସ୍ପଷ୍ଟ କରିଛି । କିନ୍ତୁ ଏଥି ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବାହାର ଖାଦ୍ୟ ବିକ୍ରୟକୁ ବନ୍ଦ କରିବା ସହ ଏହାକୁ ନ ଖାଇବା ଓ ଘରେ ତିଆରି ଉଷୁମ ଖାଦ୍ୟ ଖାଇବା ପାଇଁ ଲୋକଙ୍କୁ ସଚେତନ କରାଇଛନ୍ତି । ଏହି କ୍ରମରେ ଗତ ୧୫ ତାରିଖ ଠାରୁ ଦୁଇ ସପ୍ତାହ ଧରି ରସୁଲପୁର ତହସିଲ ଅଂଚଳରେ ବିଭିନ୍ନ ଜଳଖିଆ ଦୋକାନ, ହୋଟେଲ, ଢାବା, ଫାଷ୍ଟଫୁଡ୍, ଛାଟ, ଗୁପଚୁପ, ଆଇସକ୍ରିମ କାରଖାନା, ମାଛ, ଚିକେନ୍, ମଟନ ଦୋକାନ ଆଦି ନ ଖୋଲିବା ସହ ବିବାହ, ବ୍ରତଘର, ଶୁଦ୍ଧିକ୍ରିୟା ଓ ଅନ୍ୟାନ୍ୟ ଉତ୍ସବରେ ସମୁହ ଭୋଜିଭାତକୁ ଆୟୋଜନ ନ କରିବା ପାଇଁ ନିଦେ୍ର୍ଦଶ ରହିଛି । କିନ୍ତୁ ଏହାକୁ ଅଧିକାଂଶ ଦୋକାନୀ ସଠିକ ଢଙ୍ଗରେ ପାଳନ କରୁ ନଥିବା ଦେଖିବାକୁ ମିଳିଛି । ବ୍ଲକ ଅଧୀନ ବ୍ରହ୍ମବରଦା, ମହେଶ୍ୱରପୁର, ବନ୍ଧଢିଅ, ମଙ୍ଗରାଜପୁର, ଅର୍ଥଙ୍ଗା, ରାଉତରାପୁର, ସମାନ୍ତରାପୁର, ରାଜେନ୍ଦ୍ରପୁ,ର୍ ଅତଲାପୁର, ଆଦି ପଞ୍ଚାୟତ ମାନଙ୍କରେ ବହୁ ଦୋକାନ ଆଗରେ ତାଲା ପଛରେ କିନ୍ତୁ ବେପାର ଚାଲିଛି ଖୋଲା । ଦୋକାନ ପଛ ପଟେ ବିଭିନ୍ନ ଖାଦ୍ୟ ସମାଗ୍ରୀ ପ୍ରସ୍ତୁତ ହୋଇ ଅବାଧରେ ବିକ୍ରୟ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି । ତହସିଲ ଅଧିନ ୧୬ ନଂ ଜାତୀୟ ରାଜପଥର ବାରବାଟି, ମୂଳାପାଳ ଆଦି କିଛି ସ୍ଥାନରେ କିଛି ହୋଟେଲ ଲୁଚାଛପାରେ ଚାଲୁଥିବା ମଧ୍ୟ ଅଭିଯୋଗ ହୋଇଛି ।