ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗାଁସାଥିଙ୍କ ଗଣଧାରଣା

 ଯାଜପୁର ଟାଉନ : ଗାଁସାଥି (ମେଟ୍)ଙ୍କ ପକ୍ଷରୁ ବୁଧବାର ଦିନ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇ ସ୍ଥାୟୀ ନିଯୁକ୍ତି ଓ ମାସିକ ପ୍ରୋତ୍ସାହନ ରାଶି ପ୍ରାପ୍ତି ନିମନ୍ତେ ଏକ ଦାବୀପତ୍ର ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି । ଯାଜପୁର ଜିଲ୍ଲାର ସଂଯୋଜକଙ୍କ ନେତୃତ୍ୱରେ ଜିଲ୍ଲାରେ ଥିବା ସମସ୍ତ ଗାଁସାଥି (ମେଟ୍)ଆବଶ୍ୟକ ବୟସ କୋହଳ ସହିତ +୨ଉପରକୁ ଶିକ୍ଷାଧାରୀମାନଙ୍କୁ ସ୍ଥାୟୀ ନିଯୁକ୍ତି ଓ +୨ ତଳକୁ ଆସାୟୀ ଗାଁସାଥି (ମେଟ୍) କୁ ସର୍ବନିମ୍ନ ମାସିକ ୧୨ହଜାର ଟଙ୍କାରୁ ଉଦ୍ଧ୍ୱର୍ ପ୍ରୋତ୍ସାହନ ରାଶି ପ୍ରଦାନ କରିବା ଦାବୀରେ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ସମେତ ରାଜ୍ୟ କେନ୍ଦ୍ରୀୟ ସରକାରଙ୍କ ପଦାଧିକାରୀ ଓ ସାମ୍ବିଧାନିକ ମୁଖ୍ୟମାନଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାର ସମସ୍ତ ପଂଚାୟତ, ବ୍ଲକ୍ରୁ ଆସିଥିବା ଗାଁସାଥି (ମେଟ୍) ଏହି ଗଣଧାରଣାରେ ସାମିଲ ହୋଇଥିଲେ । ସେମାନଙ୍କର ଦାବୀ ଅନୁସାରେ ଅସାମ୍ବିଧାନିକ ଗାଁ ସାଥିମାନଙ୍କୁ ହଟାଇବା, ଅସାମ୍ବିଧାନିକ ଏନଏମଏମ୍ଏସ୍ ରଦ୍ଦ , ମନେରେଗାର ଲାଇନ୍ ଡିପାର୍ଟମେଂଟ କାର୍ଯ୍ୟରେ ସାମ୍ବିଧାନିକ ଗାଁସାଥିଙ୍କୁ  ପ୍ରାପ୍ୟ ସହିତ ମୁତୟନ ଦାବୀ ବାବଦରେ ଜିଲ୍ଲା ପ୍ରଶାସନକୁ ଦାବୀପତ୍ର ପ୍ରଦାନ କରାଯାଇଛି ।