ମ୍ୟାଗାଜିନ ଗଳି ପଡିବାରୁ ବଞ୍ଚôଗଲା ଦୁଇ ଜୀବନ; ଜଣେ ଅଟକ

 ପାଣିକୋଇଲି : ଗୁରୁବାର ସନ୍ଧ୍ୟାରେ ପାଣିକୋଇଲି ମାଛ ମାର୍କେଟରେ ଅର୍ଥନେଣଦେଣକୁ କେନ୍ଦ୍ର କରି ବନ୍ଧୁକ ମୁନରେ ହତ୍ୟା ଉଦ୍ୟମ ହୋଇଥିଲା । ମାତ୍ର ବନ୍ଧୁକରୁ ମ୍ୟାଗାଜିନ ଖସିପଡିବାରୁ ଦୁଇ ଜଣଙ୍କ ଜୀବନ ବଂଚିଯାଇଥିଲା । ପୁଲିସ ମୁଖ୍ୟ ଅଭିଯୁକ୍ତକୁ କାବୁ କରିବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟଜଣେ ବା ବଡ଼ଭାଇ ଫେରାର ହୋଇଯାଇଛି । ଘଟଣାରୁ ପ୍ରକାଶ ବାଲୋଶ୍ୱର ଜିଲ୍ଲା ସୋର ସୁଜନପୁର ଅଂଚଳର ଗୟାଧର ମହାକୁଡଙ୍କ ପୁଅ ବିଜୟଙ୍କ ଠାରୁ ତାଙ୍କ ଗ୍ରାମ ନିକଟସ୍ଥ  ଅଙ୍କ ବରହମପୁର ଗ୍ରାମର ଅମୂଲ୍ୟ ହୋତାଙ୍କ ପୁଅ ଖଗେନ୍ଦ୍ର ଓ କ୍ଷôତିଶ ୨୫ ଲକ୍ଷ ଟଙ୍କା ଆଣିଥିଲେ । ଶ୍ରୀରାମ ନାମକ ହୋଟେଲ ଦେବା ପାଇଁ ୫ ଲକ୍ଷ ଓ ଦୁଇଟି ଜମି ପ୍ଲଟ ଦେବା ପାଇଁ ୨୦ଲକ୍ଷ କଥା ହୋଇଥିଲା । ମୋଟ ୨୫ ଲକ୍ଷ୍ୟ ଟଙ୍କା ଫେରସ୍ତ ପାଇ ଜୁଲାଇ ୧ ତାରିଖକୁ ସ୍ଥିର ହୋଇଥିଲା । ମାତ୍ର ଜୁନ ୨୮ ତାରିଖରୁ ଅମୂଲ୍ୟ ପରିବାର ଫେରାର ହୋଇଯାଇଥିଲେ । ସେମାନେ ଧୁଷୁରୀ ଥାନା ଅଂଚଳରେ ରହୁଥିବା ଖବର ପାଇ ବିଜୟ ତାର ସାଙ୍ଗ ବିଜୟ  ବାରିକଙ୍କୁ ଧରି ଭଦ୍ରକ ଜିଲ୍ଲା ଧୁଷୁରୀ ଅଂଚଳରେ ୩ ଦିନ ରହିବା ପରେ ତାଙ୍କୁ ଠାବ କରିଥିଲେ । ସେମାନଙ୍କୁ ଧରି ଧୁଷୁରି ଥାନାକୁ ନେବା ପରେ ଉଭୟଙ୍କ ମଧ୍ୟରେ ଟଙ୍କା ନେଣଦେଣ ନେଇଏକ ଚୁକ୍ତିନାମା ହୋଇଥିଲା । ଯେହେତୁ ଉକ୍ତ ପରିବାରର ଅମୂଲ୍ୟ ହୋତା ପୁରୋହିତ ଥିଲେ ବିଜୟ ତାଙ୍କ କଥାରେ ରାଜି ହୋଇଥିଲା । ପରେ ଉଭୟ ଦୁଇଭାଇ ଖଗେନ୍ଦ୍ର ଓ କ୍ଷôତିଶ ତାଙ୍କ ବାପାଙ୍କ ପାଖକୁ ଯିବାକୁ କହି ଛତାବର ଆଣିଥିଲେ । ସେଠାରୁ ସଠିପୁରରେ ସନ୍ଧ୍ୟାରେ ଭେଟ ହେବ କହିଥିଲେ । ପାଣିକୋଇଲି ଅଂଚଳରେ ତାଙ୍କ ବାପା ଥିବା କହି ଉଭୟ ୪ଜଣ ଦୁଇଟି ବାଇକରେ (ଓଡି ୨୨ଏ ବି୬୩୩୧ ଓ ଓଡି୦୧ବି ଏ ୮୪୯୬) ଆସିଥିଲେ । ମାତ୍ର ପାଣିକୋଇଲି ମାଛ ମାର୍କେଟ ନିକଟରେ ଖଗେନ୍ଦ୍ର ଏକ ବନ୍ଧୁକ ବାହାର କରି ବିଜୟଙ୍କ ଉପରେ ଆକ୍ରମଣ କରିବାକୁ ବସିଥିବା ବେଳେ ବନ୍ଧୁକରୁ ମ୍ୟାଗାଜିନଟି ତଳେ ପଡିଯାଇଥିଲା । ବିଜୟ ପାଟି କରିବାରୁ ଲୋକମାନେ ଦୌଡି ଆସିଥିଲେ । ଘଟଣାସ୍ଥଳୁ କ୍ଷôତିଶ ଫେରାର ହୋଇଯାଇଥିବା ବେଳେ ଖଗେନ୍ଦ୍ରକୁ ଲୋକମାନେ  କାବୁ କରି ପୁଲିସକୁ ଖବର ଦେଇଥିଲେ । ପାଣିକୋଇଲି ଥାନାଧିକାରୀ ରଂଜିତ ମହାନ୍ତି ଘଟଣାସ୍ଥଳେ ପହଁଚି ଖଗେନ୍ଦ୍ରକୁ ଥାନାକୁ ଆଣିଥିବା ବେଳେ କ୍ଷôତିଶ ଫେରାର ହୋଇଯାଇଥିଲା । ଏନେଇ ବିଜୟ ଥାନାରେ ଲିଖିିତ ଅଭିଯୋଗ କରିବା ପରେ ଖଗେନ୍ଦ୍ରକୁ ପୁଲିସ ପ୍ରାଥମିକ ଚିକିସôା କରାଇ ତଦନ୍ତ ଜାରି ରଖିଛି । ବନ୍ଧୁକ, ମ୍ୟାଗେଜିନ ଓ ବାଇକ ଦୁଇଟିକୁ ପୁଲିସ ଜବତ କରିଛି ।