ରାଇକମା ଆଶ୍ରମ ବିଦ୍ୟାଳୟରେ ଗଣିତ ହାଟ


ାା ପ୍ରଭାନୁ୍ୟଜ ।ା ବେତନଟୀ :  ଆଦିବାସୀ କଲ୍ୟାଣ ସଂସ୍ଥା ଦ୍ୱାରା ପରିଚାଳିତ ଆଶ୍ରମ ବିଦ୍ୟାଳୟ ପକ୍ଷରୁ କୋମଳମତି ଆଦିବାସୀ ଓ ହରିଜନ ଛାତ୍ରଛାତ୍ରୀଙ୍କ ସୃଜନୀଶକ୍ତି ବୃଦ୍ଧି ନିମନ୍ତେ ବିଜ୍ଞାନ ଭିତ୍ତିକ ପ୍ରଦର୍ଶନୀ ସହ ଗଣିତହାଟ କରାଯାଇଥିଲା । ଏଥିରେ ଛାତ୍ରଛାତ୍ରୀଗଣ ଗଣିତ ଭିତ୍ତିକ ବିଭିନ୍ନ ଖେଳନା ସାମଗ୍ରୀ ନିଜ ନିଜ ମଧ୍ୟରେ କ୍ରେତା ଓ ବିକ୍ରେତା ହୋଇ ଦର ମୂଲ୍ୟାୟନ କରିଥିଲେ । ଏହାପରେ ଅନୁଷ୍ଠିତ ସଭାରେ ଖଇରବଣି ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦେବେନ୍ଦ୍ର ନାଥ ପଣ୍ଡା ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥିଭାବେ ମୟୂରଭଞ୍ଜ ଜିଲ୍ଲା ଆଦିବାସୀ କଲ୍ୟାଣ ବିଭାଗ ସହ ଅଧିକାରୀ ସେଠୀବାବୁ, ରାଜ୍ୟପାଳ ଓ ରାଷ୍ଟ୍ରପତି ପୁରସ୍କୃତ ଶିକ୍ଷକ ସଚ୍ଚିଦାନନ୍ଦ ମହାନ୍ତି, ମୟୂରଭଞ୍ଜ ସାମ୍ବାଦିକ ସଂଘର ସଭାପତି ଅରୁଣ କୁମାର ଓତା, ରାଇକମା ରଘୁନାଥ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଜିତ୍ କୁମାର ଜେନା ପ୍ରମୁଖ ମଞ୍ଚାସୀନ ଥାଇ ବିଜ୍ଞାନ ସମ୍ପର୍କିତ ବକ୍ତବ୍ୟ ସହ ଛାତ୍ରଛାତ୍ରୀଗଣ ଅଧ୍ୟବସାୟୀ ହେବାକୁ ପରାମର୍ଶ ଦେଇଥିଲେ । ସଭାରେ ବେତନଟୀ ବ୍ଲକ୍ସ୍ଥ ସାମ୍ବାଦିକ ସଂଘ ଓ ପ୍ରେସ୍କ୍ଲବର ଅନେକ ସାମ୍ବାଦିକ, ବୁଦ୍ଧିଜୀବୀ, ଅଭିଭାବକ, ନିକଟସ୍ଥ ଓ ନିଜ ବିଦ୍ୟାଳୟର ଶିକ୍ଷକଶିକ୍ଷିକଗଣ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । କୃତି ପ୍ରତିଯୋଗୀ ଛଅ ଜଣଙ୍କୁ ଅତିଥିଗଣ ପୁରସ୍କାର ପ୍ରଦାନ କରିଥିଲେ । ପ୍ରାରମ୍ଭରେ ସ୍ୱାଗତ ଭାଷଣ ଦେଇଥିବା ପ୍ରଧାନଶିକ୍ଷକ ରଜତ କୁମାର ଦାଶ କାର୍ଯ୍ୟକ୍ରମର ସଫଳ ସମାପନ ପରେ ଧନ୍ୟବାଦ ଅର୍ପଣ କରିଥିଲେ ।