ଦୁଇ କାରଖାନାକୁ ପ୍ରଦୂଷଣ ବୋର୍ଡର ନୋଟିସ

ଦାନଗଦୀ: ପାଲ ନଢାଙ୍କି ରେଳ ୱାଗନରେ ବର୍ଜ୍ୟ ପାଉଁଶ ପରିବହନ କରାଯାଉଥିବା ଅଭିଯୋଗରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼  ଆଂଚଳିକ କାର୍ଯ୍ୟାଳୟ ପକ୍ଷରୁ ଦୁଇ କାରଖାନାକୁ କାରଣ ଦର୍ଶାଅ ନୋଟିସ ଜାରୀ କରିଛି । ନୋଟିସ ହୋଇଥିବା କାରଖାନା ମଧ୍ୟରେ ଟାଟା ଷ୍ଟିଲ ଏବଂ ମୈଥାନ ଇସ୍ପାତ ରହିଛି । କାରଖାନାର ବର୍ଜ୍ୟ ପାଉଁଶ ପରିବହନ ସମୟରେ ଟ୍ରକ୍ ଗୁଡିକ ପାଲ ନଢାଙ୍କି ଓଭର୍ ଲୋଡରେ ପାଉଁଶ ନେଉଥିବା ବେଳେ ରାସ୍ତାରେ ପଡି ପ୍ରଦୂଷଣ ହେଉଥିବା ଅଭିଯୋଗ ହୋଇଥିଲା । ସର୍ବସାଧାରଣ ପକ୍ଷରୁ ଦୁଇଟି ଯାକ ପ୍ରଦୂଷଣ ସମ୍ପର୍କରେ ମୁଖ୍ୟମନ୍ତ୍ରୀ, ଖଣି ଓ ଇସ୍ପାତ ମନ୍ତ୍ରୀ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଜଙ୍ଗଲ ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏହି ଅଭିଯୋଗ ଆଧାରରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦୁଇଟି ଯାକ ଶିଳ୍ପସଂସ୍ଥାକୁ କାରଣ ଦର୍ଶାଇବା ପାଇଁ ନୋଟିସ ଜାରି କରିଛନ୍ତି । ପ୍ରଦୂଷଣ ବିରୋଧରେ ସାଧାରଣ ଲୋକଙ୍କ ପ୍ରତିକ୍ରିୟା ଓ ଅଭିଯୋଗକୁ ନେଇ ସବୁଆଡେ ଅସନ୍ତୋଷ ଦେଖିବାକୁ ମିଳୁଛି ।