କୁକର୍ମ ଅଭିଯୁକ୍ତ ଗିରଫ

 ସୁକିନ୍ଦା: ଏହି ଥାନା ଅନ୍ତର୍ଗତ ବୈରିମାଳ ଅଞ୍ଚଳରେ ମହିଳାଙ୍କୁ କୁକର୍ମ ଅଭିଯୋଗରେ ଯୁବକ ଗିରଫ ହୋଇଛନ୍ତି । ସୂଚନା ମୁତାବକ ବୈରିମାଳ ଅଞ୍ଚଳର ଯୁବକ ସିପୁ ପ୍ରଧାନ ସ୍ଥାନୀୟ ଅଞ୍ଚଳର ଜଣେ ମହିଳାଙ୍କ ଘରେ ପଶି କୁକର୍ମ କରିଥିବା ନେଇ ମହିଳା ଜଣଙ୍କ ମଙ୍ଗଳବାର  ସୁକିନ୍ଦା ଥାନା ଦ୍ୱାରସ୍ଥ ହୋଇ ଅଭିଯୋଗ କରିଥିଲେ । ସୁକିନ୍ଦା ପୁଲିସ ଲିଖିତ ଅଭିଯୋଗକୁ ଭିତ୍ତିକରି ମାମଲା ରୁଜ୍ଜୁ କରି ସଂମ୍ପୃକ୍ତ ଯୁବକ ସିପୁକୁ ଗିରଫ କରି ବୁଧବାର ଅପରାହ୍ନରେ କୋର୍ଟଚାଲାଣ କରିଥିବା ଦେଖିବାକୁ ମିଳିଛି ।