ରାଇରଙ୍ଗପୁରରେ ହେବ ଆୟୁର୍ବେଦିକ କଲେଜ

 ଭୁବନେଶ୍ୱର : ନାସନାଲ ଆୟୁଷ ମିଶନ ଅଧୀନରେ ଢେଙ୍କାନାଳ, ବ୍ରହ୍ମପୁର ଓ ବାଲେଶ୍ୱରରେ ୩ଟି ଇଣ୍ଟିଗ୍ରେଟେଡ୍ ଆୟୂଷ ହସ୍ପିଟାଲ ନିର୍ମାଣ କରାଯାଉଛି  । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ପ୍ରଚେଷ୍ଟାରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଠାରେ ଏକ ନୂତନ ଆୟୁର୍ବେଦିକ କଲେଜ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନିଆଯାଇଛି  । ଏଥିପାଇଁ  ୮୫ କୋଟି ଟଙ୍କା ଖର୍ଚ୍ଚ କରାଯିବ  । ବର୍ତ୍ତମାନ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିସôାଳୟରେ ଆୟୂଷ ଅଧିନରେ ଏକ ପଞ୍ଚକର୍ମ ୟୁନିଟ୍ କାର୍ଯ୍ୟରତ ଅଛି  । ବରଗଡ଼ ଓ କେନ୍ଦୁଝର ମୁଖ୍ୟ ଚିକିସôାଳୟ ଠାରେ ଦୁଇଟି ୟୁନିଟ୍ ନିର୍ମାଣ କରାଯାଉଛି  । ଅଧିକ ସ୍ୱାସ୍ଥ୍ୟ ସୁବିଧା ପ୍ରଦାନ ପାଇଁ ଚଳିତବର୍ଷ ଆଉ ୮ ନୂତନ ପଞ୍ଚକର୍ମ କେନ୍ଦ୍ର, ବିଭିନ୍ନ ଜିଲ୍ଲା ଆୟୁର୍ବେଦିକ ମୁଖ୍ୟ କାର୍ଯ୍ୟାଳୟରେ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି  ।
ଆଜି ସ୍ଥାନୀୟ ଜୟଦେବ ଭବନ ଠାରେ ରାଜ୍ୟସ୍ତରୀୟ ଜାତୀୟ ଆୟୁର୍ବେଦ ଦିବସ ୨୦୨୫ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତିଯେ, ଆୟୁର୍ବେଦ ହେଉଛି, ସାରା ବିଶ୍ୱକୁ ଭାରତର ଏକ ଅମୂଲ୍ୟ ଅବଦାନ  ।  ଆୟୁର୍ବେଦ ଏକ ସଂପୂର୍ଣ୍ଣ ସ୍ୱାସ୍ଥ୍ୟ ବିଜ୍ଞାନ  । ଆୟୁର୍ବେଦରେ ଉପଯୁକ୍ତ ଉପଚାର ସହିତ ସନ୍ତୁଳିତ ଆହାର ଓ ଜୀବନଶୈଳୀ ଦ୍ୱାରା ଆରୋଗ୍ୟ ଲାଭ କରାଯାଇପାରିବ  । ବର୍ତ୍ତମାନ ପ୍ରାୟ ସମସ୍ତେ ଆଧୁନିକ ଚିକିସôା ପଦ୍ଧତି ଗ୍ରହଣ କରୁଥିବା ବେଳେ, ଏହାର ପାର୍ଶ୍ୱ ପ୍ରତିକ୍ରିୟା ଏବଂ ବ୍ୟୟସାପେକ୍ଷ ଚିକିସôା ପ୍ରଣାଳୀ ଲୋକଙ୍କୁ ବିକଳ୍ପ ଚିକିସôା ପଦ୍ଧତି ସଂପର୍କରେ ଚିନ୍ତା କରିବା ପାଇଁ ବାଧ୍ୟ କରିଛି  । 
ରାଜ୍ୟରେ ଆୟୁର୍ବେଦ ଚିକିସôା ଓ ସରକାରଙ୍କ ଆଭିମୁଖ୍ୟ ବିଷୟରେ କହିବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଥିଲେଯେ, ଓଡିଶାରେ ୩ ସରକାରୀ ଆୟୁର୍ବେଦିକ କଲେଜ, ୪ ସରକାରୀ ହୋମିଓପାଥିକ କଲେଜ, ୫ ସରକାରୀ ଆୟୁର୍ବେଦିକ ଓ ୪ଟି ସରକାରୀ ହୋମିଓପାଥିକ ହସ୍ପିଟାଲ ଅଛି  । ଯେଉଁଠି ନୂତନ ପିଢିର ଡାକ୍ତରମାନେ ତିଆରି ହେବା ସହିତ  ରାଜ୍ୟ ଓ ରାଜ୍ୟ ବାହାରର ଅନେକ ରୋଗୀ ପ୍ରାକୃତିକ ଭାବରେ ଚିକିସôିତ ହେଉଛନ୍ତି  । ବର୍ତ୍ତମାନ ୧୧୯୧ ଆୟୁଷ ଡିସ୍ପେନସାରୀ ଚାଲିଛି  । ଯାହାମଧ୍ୟରୁ ୬୨୦ ଆୟୁର୍ବେଦିକ, ୫୬୨ ହୋମିଓପାଥିକ ଓ ୯ ୟୁନାନି ଡିସ୍ପେନସାରୀ ଅଛି  । ଏହି ସମସ୍ତ ଚିକିସôା କେନ୍ଦ୍ର ଗ୍ରାମ ଓ ଅନ୍ୟ ଅବହେଳିତ ଅଞ୍ଚଳରେ ଲୋକଙ୍କୁ ସହଜରେ ସ୍ୱାସ୍ଥ୍ୟ ସେବା ପ୍ରଦାନ କରୁଛି  ।  
ଏହି କାର୍ଯ୍ୟକ୍ରମ ଅବସରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ କହିଥିଲେଯେ, ଆୟୂଷ ବିଭାଗ ମାଧ୍ୟମରେ ଆମେ ଗ୍ରାମ ଓ ସହର, ଉଭୟ ସ୍ତରରେ ଆୟୁର୍ବେଦ ଚିକିସôାକୁ ପହଞ୍ଚାଇବା ଦିଗରେ ଦୃଢ ପଦକ୍ଷେପ ଗ୍ରହଣ କରି ଆସୁଛୁ  । ଆୟୁର୍ବେଦ  ଚିକିସôା ମାଧ୍ୟମରେ ଚଳିତ ବର୍ଷ ଅଦ୍ୟାବଧି ପ୍ରାୟ ୨ କୋଟି ୩୦ ଲକ୍ଷରୁ ଉର୍ଦ୍ଧ୍ୱ ରୋଗୀମାନଙ୍କୁ ସେବା ଯୋଗାଇ ଦିଆଯାଇଛି  । ଖୁବ୍ଶୀଘ୍ର ରାଇରଙ୍ଗପୁର ଠାରେ ଆୟୁର୍ବେଦିକ ମେଡିକାଲ କଲେଜ ଖୋଲିବାକୁ ମଧ୍ୟ ଯାଉଛି  । ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ଆୟୁଷ ନିଦେ୍ର୍ଦଶାଳୟ ପକ୍ଷରୁ ଏକ ନିଉଜ ଲେଟର, ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା  । କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭାଗ ସଚିବ ତଥା କମିଶନର ଅଶ୍ୱଥି ଏସ. ସ୍ୱାଗତ ଭାଷଣ ଦେଇଥିବା ବେଳେ ଆୟୁଷ ନିଦେ୍ର୍ଦଶିକା ଅଞ୍ଜନା ପଣ୍ଡା ଧନ୍ୟବାଦ ଦେଇଥିଲେ  ।