ଗଣେଶ ପୂଜା ହିସାବରେ ଅନିୟମିତତା

 ତାଳଚେର: ଓଡ଼ିଶା ପ୍ରସିଦ୍ଧ ତାଳଚେରର ଗଣପର୍ବ ଗଣେଶପୂଜା ୨୦୨୪ ଆୟବ୍ୟୟକୁ ନେଇ ଅନିୟମିତତା ଅଭିଯୋଗ ଆଣିଛନ୍ତି କିଛି ପୂଜାକମିଟି । ଘଟଣାରୁ ପ୍ରକାଶ, ପୂର୍ବରୁ ହିସାବ ପ୍ରଦାନ କରୁନଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଅତି ତରବରିଆ ଭାବେ କେନ୍ଦ୍ରୀୟ ପୂଜାକମିଟି ହ୍ୱାଟସାପ୍ ଗ୍ରୁପ୍ରେ ଛଡ଼ାଯାଇଛି । ଏହି ହିସାବକୁ ନେଇ ଏବେ ତାଳଚେର ଅଞ୍ଚଳରେ ତୁତୁ ମେଁମେଁ ସୃଷ୍ଟି ହେବା ସହ କାହିଁକି ସମ୍ପୂର୍ଣ୍ଣ ଆୟବ୍ୟୟ ସର୍ବସାଧାରଣରେ ପ୍ରକାଶ କରାଯାଉନାହିଁ ତାକୁ ନେଇ ଏବେ ଅଞ୍ଚଳବାସୀଙ୍କ ସନେ୍ଦହ ଦ୍ୱିଗୁଣିତ ହୋଇଛି । ମୋବାଇଲ ହ୍ୱାଟସାପ୍ ଗ୍ରୁପରେ ଛଡ଼ା ଯାଇଥିବା ୨୦୨୪ର ଆୟ ଅନୁପାତରେ ବ୍ୟୟ ଯାହା କିଛି ବି ହୋଇଛି, ତାହା ତାଳମେଳ ଖାଉନଥିବା ବେଳେ ଉପଜିଲ୍ଲାପାଳ ତଥା କେନ୍ଦ୍ରୀୟ ଗଣେଶ ପୂଜା କମିଟିର ସଭାପତି ଏକ ବଜେଟ୍ କରି ୧୯ଲକ୍ଷ ମଧ୍ୟରେ ଖର୍ଚ୍ଚ କରାଯିବାକୁ ନିଦେ୍ର୍ଦଶ ରହିଥିଲା ଏବଂ ଏହା ଠାରୁ ଅଧିକ ଖର୍ଚ୍ଚ କରାଗଲେ ସଭାପତିଙ୍କ ଠାରୁ ଆଦେଶ ନେଇ ଖର୍ଚ୍ଚ କରି ପାରିବେ । ତେବେ କଥା ଆସୁଛି, ୨୦୨୪ରେ କେନ୍ଦ୍ରୀୟ ପୂଜା କମିଟିର କର୍ମକର୍ତ୍ତାମାନେ କିପରି ସଭାପତିଙ୍କ ନିଦେ୍ର୍ଦଶ ନ ଆଣି ୧୯ଲକ୍ଷରୁ ଅଧିକ ଖର୍ଚ୍ଚ କଲେ ତାକୁ ନେଇ ପୂଜାକମିଟି ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏବଂ ସେହି ଅର୍ଥ ଏବେ କିଏ ଭରଣ କରିବ ବୋଲି ଆଲୋଚନା ଚାଲିଛି । ତେବେ କେନ୍ଦ୍ରୀୟ ଗଣେଶପୂଜା କମିଟି ସୂଚନା ଅନୁଯାୟୀ ୨୦୨୪ ମସିହାରେ ୪୬ଲକ୍ଷ ୪୧ହଜାର ୮୬୧ଟଙ୍କା ଆଦାୟ ହୋଇଥିବା ବେଳେ ବ୍ୟୟ ବାବଦକୁ ୨୬, ୩୧,୦୫୧ଟଙ୍କା ଓ ବଳକା ବାବଦକୁ ୯ଲକ୍ଷ, ୨୨ହଜାର ୫୦୬ଟଙ୍କା ଗଚ୍ଛିତ ଅଛି ବୋଲି ଦର୍ଶାଯାଇଛି । ଅବଶିଷ୍ଟ ୧୦ଲକ୍ଷ ୮୮ହଜାର ୩୦୪ଟଙ୍କାର ହିସାବ କେନ୍ଦ୍ରୀୟ ଗଣେଶପୂଜା କମିଟି କାହିଁକି ଯେ, ଦେଇନାହିଁ ଏବଂ ବାକି ଟଙ୍କା ଭରଣ କରିବ କିଏ ବୋଲି ଆଲୋଚନା ହେଉଛି । ଏହାକୁ ନେଇ ତାଳଚେର ଅଞ୍ଚଳରେ ହଟଚମଟ ଚାଲୁଥିବା ବେଳେ ବେଶ ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା ତିନିବର୍ଷ ପାଇଁ ରହିଥିବା କୋଷାଧ୍ୟକ୍ଷ ଦୁଇବର୍ଷରେ ସେ ଏହି ପଦବୀରୁ ଅବସର ନେବେ ବୋଲି ହ୍ୱାଟସାପ୍ ଗ୍ରୁପ୍ରେ ମେସେଜ ଦେଇଥିବା ଘଟଣା ସନେ୍ଦହ ପ୍ରକଟ ହେଉଥିବା ବେଳେ ସହସମ୍ପାଦକ ସ୍ୱୀକାର କରିଛନ୍ତି ଯେ, କୋଷାଧ୍ୟକ୍ଷ ଅନିଇଚ୍ଛା ସତ୍ତ୍ୱେ ଚାପ ଓ ପରିସ୍ଥିତିରେ ପଡ଼ି ଖର୍ଚ୍ଚ କରିଛନ୍ତି ବୋଲି ସେ ଏହା ଗ୍ରୁପରେ ପ୍ରକାଶ କରିଛନ୍ତି ।