ରାଜଧାନୀ ଏବଂ ରାଜ୍ୟରାଣୀ : ଟ୍ରେନରେ ଅତିରିକ୍ତ କୋଚ୍ ସଂଯୋଗ
ଭୁବନେଶ୍ୱର : ଯାତ୍ରୀ ସୁବିଧା ବୃଦ୍ଧି କରିବା ପାଇଁ ପୂର୍ବ ତଟ ରେଳପଥ ରାଜଧାନୀ ଏବଂ ପୁରୀ-ଗୁଣୁପୁର ଏକ୍ସପ୍ରେସ୍ ଟ୍ରେନ ଦ୍ୱୟରେ ଅତିରିକ୍ତ ଏସି-୩ ଟାୟାର କୋଚ୍ ଅସ୍ଥାୟୀ ସଂଯୋଗ ପାଇଁ ନିଷ୍ପତ୍ତି ନେଇଛ । ଏହାର ଲକ୍ଷ୍ୟ ହେଉଛି ଅଧିକ ଚାହିଦା ଥିବା ସମୟରେ ଯାତ୍ରୀମାନଙ୍କ ପାଇଁ ଅଧିକ ଆରାମଦାୟକ ଏବଂ ସୁଗମ ଯାତ୍ରା ସୁନିଶ୍ଚିତ କରିବା । ୨୨୮୨୩/୨୨୮୨୪ ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ ଭୁବନେଶ୍ୱରରୁ ୮ ଏବଂ ୧୧ ଜୁଲାଇ ୨୦୨୫ରେ ଏବଂ ନୂଆଦିଲ୍ଲୀରୁ ୯ ଏବଂ ୧୨ ଜୁଲାଇ ୨୦୨୫ରେ ଗୋଟିଏ ଅତିରିକ୍ତ ଏସି-୩ ଟାୟାର କୋଚ୍ ସଂଯୋଗ ସହିତ ଏହାର ଗଠନକୁ ବର୍ଦ୍ଧିତ କରାଯିବ । ସେହିପରି ୧୮୪୧୭/୧୮୪୧୮ ପୁରୀ-ଗୁଣୁପୁର-ପୁରୀ ରାଜ୍ୟରାଣୀ ଏକ୍ସପ୍ରେସ ୩ ରୁ ୯ ଜୁଲାଇ ୨୦୨୫ ପର୍ଯ୍ୟନ୍ତ ପ୍ରତିଦିନ ପୁରୀରୁ ଏବଂ ୪ ରୁ ୧୦ ଜୁଲାଇ ୨୦୨୫ ପର୍ଯ୍ୟନ୍ତ ପ୍ରତିଦିନ ଗୁଣୁପୁରରୁ ଗୋଟିଏ ଅତିରିକ୍ତ ଏସି-୩ ଟାୟାର କୋଚ୍ ସଂଯୋଗ ସହିତ ବର୍ଦ୍ଧିତ କରାଯିବ । ଏହି ଅସ୍ଥାୟୀ ବୃଦ୍ଧିର ଲକ୍ଷ୍ୟ ହେଉଛି ଯାତ୍ରୀଙ୍କ ଅତିରିକ୍ତ ଭିଡ଼ ଦୂର କରିବା ଏବଂ ଏହି ସମୟ ମଧ୍ୟରେ ସୁଗମ ଯାତ୍ରା ସୁନିଶ୍ଚିତ କରିବା । ଯାତ୍ରୀମାନଙ୍କୁ ସେହି ଅନୁସାରେ ସେମାନଙ୍କର ଯାତ୍ରା ଯୋଜନା କରିବାକୁ ଏବଂ ଉପଲବ୍ଧ ଅତିରିକ୍ତ ରହଣି ବ୍ୟବସ୍ଥା ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି । ଅଧିକ ବିବରଣୀ ଏବଂ ବୁକିଂ ପାଇଁ, ଯାତ୍ରୀମାନେ ଙ୍ଗଙ୍ଗଙ୍ଗ.ସକ୍ସମଗ୍ଧମ.ମକ୍ଟ.ସଦ୍ଭ ପରିଦର୍ଶନ କରିପାରିବେ କିମ୍ବା ନିକଟସ୍ଥ ରେଳ ଷ୍ଟେସନ ଅନୁସନ୍ଧାନ କେନ୍ଦ୍ର ସହିତ ଯୋଗାଯୋଗ କରିପାରିବେ ।