ତେଜରାତି ଦୋକାନରୁ ଚୋରି ; ଲୁଟେରା ଗିରଫ


ଭୁବନେଶ୍ୱର, ୧୧ା୪ : ତେଜାରି ଦୋକାନରୁ ସାମଗ୍ରୀ ସମେତ ଟଙ୍କା ବାକ୍ସରୁ ୯ ହଜାର ଟଙ୍କା ଚୋରୀ ଅଭିଯୋଗରେ ଲୁଟେରାକୁ ଗିରଫ କଲା ନୟାପଲ୍ଲୀ ଥାନା ପୁଲିସ । ଗିରଫ ଅଭିଯୁକ୍ତ ହେଲା, ୟୁନିଟ୍-୮ ନୀଳପାଣିଟାଙ୍କି ବସ୍ତିର ବିକାଶ ଦାସ । ଆଜି ଥାନା କେସ ନମ୍ବର ୨୦୮ରେ ମାମଲା ରୁଜୁକରାଯାଇ ଦଫା ୪୫୭,୩୮୦ରେ କୋର୍ଟ ଚାଲାଣ କରାଯାଇଛି ।
 ସୂଚନାଯୋଗ୍ୟ ଯେ, ଗତ ୯ ତାରିଖ ରାତି ପ୍ରାୟ ୧୧ଟାରେ ଅଭିଯୋଗକାରୀ ନାରାୟଣ ସାହୁ ତାଙ୍କର ତେଜରାତି ଦୋକାନକୁ ବନ୍ଦ କରିବା ପରେ ଦୋକାନ ଟଙ୍କା ବାକ୍ସରେ ୯ ହଜାର ରଖିଦେଇ ଘରକୁ ଯାଇଥିଲେ । ପରଦିନ ଅର୍ଥାତ ୧୦ ତାରିଖ ସକାଳୁ ଦୋକାନ ଖୋଲିବା ବେଳେ ଦେଖିବାକୁ ପାଇଥିଲେ ତାଙ୍କ ଦୋକାନ ଭଙ୍ଗା ହୋଇ କିଛି ତେଜରାତି ସାମଗ୍ରୀ ଓ ଟଙ୍କା ବାକ୍ସରେ ଥିବା ୯ ହଜାର ଟଙ୍କା ଚୋରୀ ହୋଇଥିବା ଦେଖିବାକୁ ପାଇଥିଲେ । ଏନେଇ ସେ ନୟାପଲ୍ଲୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଲୁଟେରାକୁ ଗିରଫ କରିବା ସହ ତାଠାରୁ କିଛି ତେଜରାତି ସାମଗ୍ରୀ ଜବତ କରିଛି ।