ଅଗଷ୍ଟ ୯ ରେ ଓଟିଇଟି ପରୀକ୍ଷା

ଅଗଷ୍ଟ ୯ ରେ ଓଟିଇଟି ପରୀକ୍ଷା

ଭୁବନେଶ୍ୱର: ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ ବା ଓଟିଇଟି ୨୦୨୪ ପାଇଁ ଆଜି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। 

ଆସନ୍ତା ୨୪ରୁ ଓଟିଇଟି ପାଇଁ ପ୍ରାର୍ଥୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଆବେଦନ ପ୍ରକ୍ରିୟା ଜୁଲାଇ ୫ ତାରିଖ ମଧ୍ୟରାତ୍ର ପର୍ୟ୍ୟନ୍ତ ଚାଲିବ। ପ୍ରାର୍ଥୀମାନେ www.bseodisha.ac.inକୁ ଯାଇ ଅନଲାଇନ୍ ଆବେଦନ କରିପାରିବେ। ଅଗଷ୍ଟ ୨ ତାରିଖରେ ପ୍ରାର୍ଥୀମାନେ ଆଡମିଟ୍ କାର୍ଡ ପାଇବେ। ଅଗଷ୍ଟ ୯ ତାରିଖରେ ପରୀକ୍ଷା ହେବ। ପ୍ରଥମ ପେପର ପରୀକ୍ଷା ସକାଳ ୯ଟାରୁ ୧୧ଟା ୩୦ ପର୍ୟ୍ୟନ୍ତ ହେବ। ସେହିପରି ଦ୍ୱିତୀୟ ପେପର ପରୀକ୍ଷା ଅପରାହ୍ନ ୨ଟାରୁ ୪ଟା ପର୍ୟ୍ୟନ୍ତ ହେବ।