ଚୋରା ମୋବାଇଲ ବିକ୍ରି ବେଳେ ଲୁଟେରାକୁ ଧରିଲା ପୁଲିସ

ଚୋରା ମୋବାଇଲ ବିକ୍ରି ବେଳେ ଲୁଟେରାକୁ ଧରିଲା ପୁଲିସ


 ଭୁବନେଶ୍ୱର, ୨୨ା୬ : ଚୋରା ମୋବାଇଲ ବିକ୍ରି କରୁଥିବା ବେଳେ ଲୁଟେରାକୁ କାବୁ କଲା ନୟାପଲ୍ଲୀ ଥାନାର ପେଟ୍ରୋଲିଂ ଟିମ । ଲୁଟେରାଠାରୁ ୫ଟି ଚୋରା ମୋବାଇଲ ଜବତ କରାଯାଇଥିବା ବେଳେ ଆଜି ତାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ହେଲା, ପଞ୍ଚିମବଙ୍ଗର ସୁରଜ୍ ପାସମଣ । 
ସୂଚନାଯୋଗ୍ୟଯେ, ନୟାପଲ୍ଲୀ ଥାନାଧିକାରୀଙ୍କ ନିଦେ୍ର୍ଦଶ କ୍ରମେ ଥାନାର ଏକ ପେଟ୍ରୋଲିଂ ଟିମ ରେଣ୍ଟାଲ କଲୋନୀ ନିକଟରେ ପେଟ୍ରୋଲିଂ କରୁତôବା ସମୟରେ ଅଭିଯୁକ୍ତ ଜଣକ ମଇଳାଟାଙ୍କି ଛକ ନିକଟରେ କମ ମୁଲ୍ୟରେ ଚୋରି ମୋବାଇଲ ଗୁଡ଼ିକୁ ବିକ୍ରି କରିବା ଲାଗି ଗ୍ରାହକ ମାନଙ୍କ ସହିତ ଯୋଗାଯୋଗ କରୁଥିବା ନେଇ ଏକ ବିଶେଷ ସୁତ୍ରରୁ ଖବର ପାଇଥିଲେ । ଏହି ସୂଚନା ଆଧାରରେ ପେଟ୍ରୋଲିଂ ଟିମ ତୁରନ୍ତ ଘଟଣା ସ୍ଥଳରେ ଅତର୍କିତ ଚଢ଼ାଉ କରି ଅଭିଯୁକ୍ତକୁ କାବୁ କରିବାରେ ସକ୍ଷମ ହୋଇଥିଲେ । ପରେ ତାଠାରୁ ୫ଟି ଦାମୀ ଚୋରା ମୋବାଇଲ ଫୋନ ଜବତ କରାଯାଇଛି ।