ରାଜଭବନରେ କୁଳପତି ସମ୍ମିଳନୀ: ଯୌନ ନିର୍ଯାତନା ଏଡାଇବାକୁ ନିଦେ୍ର୍ଦଶ
ଭୁବନେଶ୍ୱର : ଆଜି ରାଜଭବନର ନୁ୍ୟ ଅଭିଷେକ ହଲ୍ଠାରେ ବିଶ୍ୱ ବିଦ୍ୟାଳୟ ସମୁହର କୁଳପତି ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏହି ସମ୍ମିଳନୀରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ତାଙ୍କ ଉଦ୍ବୋଧନରେ କହିଥିଲେ କି, "ବିକଶିତ ଓଡ଼ିଶା-ବିକଶିତ ଭାରତ' ଗଠନ ପାଇଁ ବିଶ୍ୱ ବିଦ୍ୟାଳୟ ହେଉଛି ଭିତ୍ତିଭୂମି । ଏତଦ୍ବ୍ୟତୀତ ବିଶ୍ୱ ବିଦ୍ୟାଳୟମାନଙ୍କରେ ଶିକ୍ଷାଗତ ଉକôର୍ଷତା ଏବଂ ଛାତ୍ର କଲ୍ୟାଣର ତତ୍ତ୍ୱାବଧାରକଭାବେ ବିଶ୍ୱ ବିଦ୍ୟାଳୟରେ ସୁରକ୍ଷିତ, ଅନ୍ତର୍ନିବେଶୀ ଓ ଶୃଙ୍ଖଳିତ ପରିବେଶ ସୁନିଶ୍ଚିତ କରିବା ପାଇଁ କୁଳପତିମାନେ କାର୍ଯ୍ୟ କରିବାକୁ ରାଜ୍ୟପାଳ ଆହ୍ୱାନ ଜଣାଇଛନ୍ତି । ଏହି ସମ୍ମିଳନୀରେ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କୁ ଉଦ୍ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, ବିଶ୍ୱ ବିଦ୍ୟାଳୟ ହେଉଛି ଜ୍ଞାନ, ନବ ସୃଜନ ଓ ଦାୟିତ୍ୱବାନ ନାଗରିକ ସର୍ଜନାର କେନ୍ଦ୍ର । ରାଷ୍ଟ୍ର ଗଠନରେ ଉଚ୍ଚ ଶିକ୍ଷାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବିଶ୍ୱ ବିଦ୍ୟାଳୟର ପୁରୋଧା ଭାବରେ ଶୈକ୍ଷିକ ପରିମଣ୍ଡଳକୁ ରୂପରେଖ ଦେବାରେ, ନବ ସୃଜନକୁ ପ୍ରୋସôାହିତ କରିବାରେ ଏବଂ ଅନୁଷ୍ଠାନକୁ ଜ୍ଞାନ ଓ ଉକôର୍ଷ କେନ୍ଦ୍ର କରିବାରେ କୁଳପତିମାନଙ୍କର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ଏତଦ୍ବ୍ୟତୀତ ଉଚ୍ଚ ଶିକ୍ଷା ଅନୁଷ୍ଠାନମାନଙ୍କରେ ଯୌନ ନିର୍ଯ୍ୟାତନା ଘଟଣା ଏଡାଇବା ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ନିଦେ୍ର୍ଦଶ ଦେଇଥିଲେ । ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳିତ, ଦାୟିିତ୍ୱବାନ ଏବଂ ଦେଶପ୍ରେମୀ ନାଗରିକଭାବେ ଗଢ଼ି ତୋଳିବା ପାଇଁ ଏନ୍ସିସିରେ ଛାତ୍ରଛାତ୍ରୀମାନଙ୍କର ଅଂଶ ଗ୍ରହଣକୁ ବୃଦ୍ଧି କରିବା ପାଇଁ ପ୍ରୋସôାହିତ କରିବା ପାଇଁ ରାଜ୍ୟପାଳ କହିଥିଲେ ।
ଏହି ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମନ୍ତ୍ରୀ ମୁକେଶ ମହାଲିଙ୍ଗ, ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବକ୍ତବ୍ୟ ପ୍ରଦାନ କରି ଉଚ୍ଚ ଶିକ୍ଷା ସହିତ ସମ୍ପର୍କିତ ନିଜ ନିଜ ବିଭାଗର କାର୍ଯ୍ୟକ୍ରମ ଯୋଜନା ସଂପର୍କରେ ଆଲୋଚନା କରିଥିଲେ । ବିଭିନ୍ନ ବିଭାଗୀୟ ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଓ ବିଭିନ୍ନ ସଂସ୍ଥାର କର୍ମକର୍ତ୍ତା ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ବକ୍ତବ୍ୟ ପ୍ରଦାନ କରିଥିଲେ । ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନ୍ବିଏସ୍ ରାଜପୁତ ପ୍ରାରମ୍ଭରେ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କୁଳପତି ସମ୍ମିଳନୀର ଉଦେ୍ଦଶ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଉଚ୍ଚ ଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଶେଷରେ ରେଭେନ୍ସା ବିଶ୍ୱ ବିଦ୍ୟାଳୟର ଭାଇସ୍ ଚ୍ୟାନେସ୍ଲର ସଂଜୟ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।