ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳିତ

 ଭୁବନେଶ୍ୱର : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କର ଶ୍ରାଦ୍ଧବାର୍ଷିକୀ ଆଜି ଭୁବନେଶ୍ୱର ସ୍ଥିତ କଂଗ୍ରେସ ଭବନରେ ପାଳିତ ହୋଇଛି । ସକାଳେ ପିସସିି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ କଂଗ୍ରେସ ନେତୃବୃନ୍ଦ ସ୍ଥାନୀୟ ରାଜୀବ ଭବନ ପରିସରରେ ଥିବା ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ କଂଗ୍ରେସ ଭବନ ପରିସରରେ ଥିବା ରାଜୀବଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା ।
ପିସିସି କାର୍ଯ୍ୟାଳୟରେ ଆୟୋଜିତ ଏକ ଆଲୋଚନାଚକ୍ରରେ ଅଧ୍ୟକ୍ଷତା କରି ପିସିସି ସଭାପତି ଭକ୍ତ ଚରଣ ଦାସ କହିଥିଲେ, ପ୍ରଧାନମନ୍ତ୍ରୀ ଭାବରେ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କର ଅବଦାନ ଅବିସ୍ମରଣୀୟ । ଏକବିଂଶ ଶତାବ୍ଦୀରେ ଏକ ଆଧୁନିକ, ଉନ୍ନତ ଓ ସମ୍ପୂର୍ଣ୍ଣ ସ୍ୱାବଲମ୍ବୀ ଭାରତବର୍ଷର ସ୍ୱପ୍ନ ସେ ଦେଖିଥିଲେ । ବିଜ୍ଞାନ, କାରିଗରୀ, ସୂଚନା ଓ ପ୍ରଯୁକ୍ତି, କ୍ଷେତ୍ରରେ ଭାରତରେ ଆଜି ଯାହା ଅଗ୍ରଗତି ହୋଇଛି ତାହାର ସମସ୍ତ ଶ୍ରେୟ କେବଳ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କର । କମ୍ପୁ୍ୟଟର ଏବଂ ବିଶେଷ କରି ଟେଲିଫୋନର ବିକାଶ ଏବଂ ଘରେ ଘରେ  ଏବେ ତାହାର ଯେଉଁ ବ୍ୟବହାର ହେଉଛି ତାହା କେବଳ ରାଜୀବ ଗାନ୍ଧୀଙ୍କ ପାଇଁ ସମ୍ଭବ ହୋଇପାରିଛି ବୋଲି ମତବ୍ୟକ୍ତ କରିଥିଲେ । ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ପୂର୍ବତନ ସାଂସଦ ଡ. ରାମଚନ୍ଦ୍ର ଖୁଣ୍ଟିଆ, ଜଗନ୍ନାଥ ପଟ୍ଟନାୟକ, ଅନନ୍ତ ପ୍ରସାଦ ସେଠୀଙ୍କ ସମେତ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଶରତ ରାଉତ, ସୁରେଶ ରାଉତରାୟ, ସମୀର ରାଉତରାୟ, ଯୁଧିଷ୍ଠୀର ଜେନା, ଦେବାଶିଷ ପଟ୍ଟନାୟକ,