ରାଜ୍ୟ ପରିଷଦକୁ ଗଲେ ରାଜେଶ
ଖଇରା: ଭାଜପା ଯୁବ ମୋର୍ଚ୍ଚା ପୂର୍ବତନ ରାଜ୍ୟ କୋଷାଧ୍ୟକ୍ଷ ଇଂ ରାଜେଶ ମହାକୁଡ ରାଜ୍ୟ ପରିଷଦ ସଭ୍ୟ ଭାବେ ମନୋନୀତ ହେବା ପରେ ସିମୁଳିଆ ନିର୍ବାଚନ ମଣ୍ଡଳୀରେ ଭାଜପା କର୍ମୀମାନେ ଖୁସି ଜାହିର କରିଛନ୍ତି । ଯୋଗାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ବାଲେଶ୍ୱର ଗସ୍ତ ଅବସରରେ ଅନ୍ୟାନ୍ୟ ପଦାଧିକାରୀଙ୍କ ସହ ରାଜେଶଙ୍କ ନାମ ଘୋଷଣା କରିଛନ୍ତି । ଘୋଷାଣା ଏଭଳି ଗୁରୁ ଦାୟିତ୍ୱ ପାଇଁ ରାଜେଶ ରାଜ୍ୟ ସଭାପତି ମନମୋହନ ସାମଲ, ଏମପି ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଓ ଅଭିମନୁ୍ୟ ସେଠୀ ତଥା ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଆଗାମୀ ଦିନରେ ସଙ୍ଗଠନକୁ ମଝବୁଥ କରିବାକୁ ଆପ୍ରାଣ ଉଦ୍ୟମ କରିଛନ୍ତି ।