ମହିଳା ଖଣି କର୍ମଚାରୀଙ୍କୁ ଦୁର୍ବ୍ୟବହାର

 ତାଳଚେର: ହିଙ୍ଗୁଳା କୋଇଲା ଖଣି ମହାପ୍ରବନ୍ଧକ କାର୍ଯ୍ୟାଳୟରେ ଜୈନିକା ମହିଳା କର୍ମଚାରୀଙ୍କୁ ଜଣେ ବିବାହିତ ଯୁବକ ଦୁର୍ବ୍ୟବହାର କରି ଏବେ ହରଡ଼ଘଣାରେ ପଡ଼ିଥିବା ସେହି ଅଂଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ବିବାହିତ ଯୁବକଜଣଙ୍କ ନିଜକୁ ଜଣେ ପ୍ରତିଷ୍ଠିତ ବ୍ୟକ୍ତିଭାବେ କହି ବୁଲୁଥିବା ବେଳେ ସେ ଏପରି କାଣ୍ଡ କିପରି ଭିଆଇଲେ ତାକୁ ନେଇ ବିଭିନ୍ନ କଳ୍ପନାଜଳ୍ପନା ବୃଦ୍ଧି ପାଇଛି । ଏହି ଘଟଣାକୁ କେନ୍ଦ୍ର କରି ଖଣି ମହିଳା କର୍ମଚାରୀ ଜଣଙ୍କ ବିକ୍ରମପୁର ଥାନାରେ ଏକ ଲିଖିତ ଅଭିଯୋଗ କରିବାପରେ ବିକ୍ରମପୁର ପୋଲିସ୍ ଘଟଣା ସମ୍ବନ୍ଧରେ ତଦନ୍ତ କରିବା ସହିତ ଯୁବକକୁ ଖୋଜୁଥିବା କୁହାଯାଉଛି । ଘଟଣାରୁପ୍ରକାଶ, ହିଙ୍ଗୁଳା ମହାପ୍ରବନ୍ଧକ କାର୍ଯ୍ୟାଳୟରେ ଗତ ୧୩ତାରିଖ ମଧ୍ୟାନ୍ନ ପ୍ରାୟ ୧୨ଟା ବେଳେ ବଲଣ୍ଡା ଅଂଚଳର ଚିତ୍ରସେନ୍ ପ୍ରଧାନ ନାମକ ଜଣେ ବ୍ୟକ୍ତି ପ୍ରବେଶ କରି ହିଙ୍ଗୁଳା କ୍ଷେତ୍ରର ଏରିଆ ମ୍ୟନେଜର(ଏପିଏମ)ଙ୍କୁ କାର୍ଯ୍ୟରତ ମହିଳାଙ୍କ ବ୍ୟକ୍ତିଗତ କାଗଜପତ୍ର ମାଗିଥିଲେ । କିନ୍ତୁ ଏପିଏମ ତାହା ଦେବାକୁ ମନା କରିଦେବାରୁ ଚିତ୍ରସେନ ସେଠାରେ ଗାଳିଗୁଲଜ କରିଥିଲେ ବୋଲି ମହିଳା ଜଣଙ୍କ ଏନେଇ ଥାନାର ଦ୍ୱାରସ୍ଥ ହୋଇଥିଲେ । ଏ ନେଇ ପୋଲିସ୍ କେସ୍ ନଂ- ୧୭ /୨୫ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ଏ ସମ୍ପର୍କରେ ଚିତ୍ରସେନଙ୍କ କୌଣସି ଯୋଗାଯୋଗ ହୋଇ ନପାରିବାରୁ ତାଙ୍କ ପ୍ରତିକି୍ରୟା ମିଳିପାରିନାହିଁ ।