ଗ୍ରାମଦେବତୀ ମନ୍ଦିର ପ୍ରତିଷ୍ଠା ଉତ୍ସବ 

 ହିଞ୍ଜିଳିକାଟୁ:  ହିଞ୍ଜିଳିକାଟୁ ପୈାରାଞ୍ଚଳ ଆଙ୍କେରଡା ଗ୍ରାମରେ ଦିନ ଧରି ଚାଲିଥିବା ଗ୍ରାମଦେବତୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ସହ ହନୁମାନ ମନ୍ଦିର ସିଂହଦ୍ୱାର ଓ କପିଳେଶ୍ୱର ମହାଦେବ ମନ୍ଦିରର ଯଜ୍ଞମଣ୍ଡପ ପ୍ରତିଷ୍ଠା ଉତ୍ସବ ଉଦ୍ୟାପିତ ହୋଇଯାଇଛି । ମନ୍ଦିର ପ୍ରତିଷ୍ଠା ଉସôବ ସକାଶେ ଗ୍ରାମକୁ ରଙ୍ଗବେରଙ୍ଗ ବାନା ଓ ଆଲୋକ ମାଳାରେ ସୁସଜ୍ଜିତ କରାଯାଇଥିଲା । ପ୍ରତ୍ୟେକ ଘର ସମ୍ମୁଖରେ ପୂର୍ଣ୍ଣକୁମ୍ଭ ସ୍ଥାପନ କରାଯାଇଥିଲା । ପ୍ରତିଷ୍ଠା ଉତ୍ସବର ପ୍ରଥମ ଦିବସ ପ୍ରାତଃହରୁ ଗ୍ରାମର ସହସ୍ରାଧିକ ମହିଳା ଓ ପୁରୁଷ ଭକ୍ତ ଜଳଯାତ୍ରାରେ ସାମିଲ ହୋଇଥିଲେ । ପରେ ଦୀକ୍ଷା ଗ୍ରହଣ ଓ ଅଙ୍କୁରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦ୍ୱିତୀୟ ଗୁରୁବାର ଦିନ ବନଯୋଗ, ରନôମୁଦ ପ୍ରତିଷ୍ଠା ସହ ୨୪ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା । ଉଦ୍ୟାପନ ଉତ୍ସବରେ ଦେବତାଙ୍କ ସିଂହାସନ ଆରୋହଣ, ଧ୍ୱଜ ଭ୍ରମଣ, ପୁର୍ଣ୍ଣାହୁତି, ନାମଯଜ୍ଞ ସମାପନ ସହ ଅନ୍ନ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ପୈାରାଞ୍ଚଳ ସମେତ ନିକଟବର୍ତ୍ତୀ ଅଞ୍ଚଳର ପ୍ରାୟ ୧୫ ହଜାରରୁ ଊର୍ଦ୍ଧ୍ୱ ଭକ୍ତ ଉପସ୍ଥିତ ରହି ପ୍ରସାଦ ସେବନ କରିବା ସହ ପ୍ରଭୁ କୃପା ଲାଭ କରିଥିଲେ । କର୍ତ୍ତା ଭାବେ ପ୍ରମୋଦଙ୍କ କୁମାର ପାଠି ଓ ସରସ୍ୱତୀ ପାଠି ଉପବିଶେନ କରିଥିଲେ । ଆଚାର୍ଯ୍ୟ ଭାବେ ଦିପ୍ତିରଞ୍ଜନ ମହାପାତ୍ର, ପ୍ରଚାରକ ଭାବେ ଶଙ୍କର୍ଷଣ ପାଠି, ଯାଜ୍ଞିକ ପଣ୍ଡିତ ଭାବେ ତପନ ପାଠି, ଇତିତୋଷ ପାଠି, ଅମ୍ବିକା ପ୍ରସାଦ ପାଠି, କିଶୋର ଚନ୍ଦ୍ର ପାଠି, ବଦ୍ରିନାଥ ସାବତଙ୍କ ସମେତ ବହୁତ ପୁରୋହିତ ଯଜ୍ଞ କର୍ମ ସମ୍ପାଦନ କରିଥିଲେ । ମନ୍ଦିର ପ୍ରତିଷ୍ଠା କମିଟି ସଭାପତି ନିଳମଣୀ ପଟ୍ଟନାୟକ, ସମ୍ପାଦକ ସନ୍ତୋଷ କୁମାର ମହାରଣା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପୈାରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲେଇ, ବିଧାୟକଙ୍କୁ ପୈାର ପ୍ରତିନିଧି ପ୍ୟାରୀମୋହନ ପାଢି, କିରଣ ନାହାକ, ସଞ୍ଜୟ ସ୍ୱାଇଁ, ଦିଲିପ ପଟ୍ଟନାୟକ, ସନାତନ ନାହାକ, ଯୁଧିଷ୍ଠିର ସ୍ୱାଇଁ, ଅଶୋକ ପ୍ରଧାନ, ସଦା ସ୍ୱାଇଁ, ପ୍ରଭାତ ମହାରଣାଙ୍କ ସମେତ ଗ୍ରାମର ଯୁବଗୋଷ୍ଠୀ ଓ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।