ନିଖୋଜ ପରେ ୩ ଯୁବତୀ ଉଦ୍ଧାର
ଆନନ୍ଦପୁର: ଗୋଟିଏ ଦିନରେ ତିନି ଜଣ ଯୁବତୀ ନିଖୋଜକୁ ନେଇ ଆନନ୍ଦପୁରରେ ଚାଞ୍ଚଲ୍ୟ ଖେଳିଯାଇଥିବା ବେଳେ । ପରିବାର ଲୋକେ ବହୁ ଖୋଜାଖୋଜି ପରେ କୌଣସି ଖବର ପାଇନଥିଲେ । ପରେ ଥାନାର ଦ୍ୱାରସ୍ଥ ହୋଇଥିଲେ ପରିବାର ଲୋକେ । କିନ୍ତୁ ପୁଲିସର ତ୍ୱରିତ ପଦକ୍ଷେପ ଫଳରେ ୩ଜଣ ଯୁବତୀ ଉଦ୍ଧାର ହୋଇଛନ୍ତି । ତେବେ କେଉଁ କାରଣ ପାଇଁ ଘର ଛାଡିଥିଲେ କିମ୍ବା ଅଜାଣତରେ ଘରୁ ପଳାଇଥିଲେ ତାହା ତଦନ୍ତ ହେଲେ ଜଣାପଡିବ ବୋଲି ପୁଲିସ ସୂଚନା ଦେଇଛି । ଆନନ୍ଦପୁରରେ ଗୋଟିଏ ଦିନରେ ୩ଯୁବତୀ ନିଖୋଜ ହେବା ଘଟଣା ଲୋକଲୋଚନକୁ ଆସିବା ପରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ଯୁବତୀ ମାନଙ୍କ ବୟସ ୧୫,୧୮ ଏବଂ ୨୨ ବର୍ଷ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ଚାଁଭୂଇଁ ଗ୍ରାମ ଅନ୍ତର୍ଗତ ଦେହୁରୀ ସାହି ଏବଂ ମୁଣ୍ଡା ସାହିରୁ ଗତ ୨୪ ତାରିଖ ଅପରାହ୍ନରୁ ଏକାବେଳେ ତିନି ଜଣ ଯୁବତୀ ନିଖୋଜ ହୋଇଯାଇଛନ୍ତି । ସେମାନେ ନିଜେ କେଉଁଆଡେ ପଳାଇଯାଇଛନ୍ତି ନା ସେମାନଙ୍କୁ କିଏ ଅପହରଣ କରିନେଇଛି ସେନେଇ ପରିବାର ଲୋକେ ଦ୍ୱନ୍ଦ୍ୱ ରେ ରହିଛନ୍ତି । ଏନେଇ ପରିବାର ଲୋକେ ଆତ୍ମୀୟ ସ୍ୱଜନଙ୍କ ସମେତ ଅନେକ ସ୍ଥାନରେ ବହୁ ଖୋଜା ଖୋଜି ପରେ ସେମାନଙ୍କ ସନ୍ଧାନ ନମିଳିବାରୁ ନିରାଶ ହେବାପରେ ଘସିପୁରା ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ତିନିଜଣ ସାଙ୍ଗ ହୋଇ ଦୁଇଟି ମୋବାଇଲ ସାଙ୍ଗରେ ନେଇ ଯାଇଥିବା ପରିବାର ଲୋକଙ୍କ ନିକଟରୁ ସୂଚନା ମିଳିଛି । ତେବେ ଅଭିଯୋଗ ପାଇବା ପରେ ପୁଲିସ ବିଭିନ୍ନ ଦିଗକୁ ଚିନ୍ତା କରି ତଦନ୍ତ ଚଳାଇଛି । ଯୁବତୀ ମାନେ ସାଙ୍ଗରେ ନେଇଥିବା ମୋବାଇଲ ନମ୍ବର ସଂଗ୍ରହ କରି ଲୋକେସନ ଟ୍ରାକ କରି ସେମାନେ ଠାକୁରମୁଣ୍ଡାରେ ଥିବା ନେଇ ପୁଲିସ ଜାଣିବାକୁ ପାଇଥିଲା । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତିନି ଜଣ ଯୁବତୀଙ୍କୁ ଉଦ୍ଧାର କରିଥିଲେ । ତେବେ ବାହାଘର କୁ ନେଇ ପାରିବାରିକ ଆସନ୍ତି କାରଣରୁ ହେଉ କିମ୍ବା ଅନ୍ୟ କୌଣସି କାରଣକୁ ନେଇ ହେଉ ଝିଅ ତିନି ଜଣ ଘର ଛାଡିବାକୁ ନିଷ୍ପତି ନେଇଥାଇ ପାରନ୍ତି ବୋଲି ଥାନା ଅଧିକାରୀ କିଶୋର ଚନ୍ଦ୍ର ପ୍ରଧାନ କହିଛନ୍ତି । ତେବେ ଅନୁସନ୍ଧାନ ପରେ ପ୍ରକୃତ କାରଣ ଜଣା ପଡିବ ବୋଲି କହିଛନ୍ତି ।
୪ ଲକ୍ଷ ଟଙ୍କାର ବାଣ ଜବତ