ଶ୍ରମିକଙ୍କ ୫ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ

 ତାଳଚେର: ବିଏମଏସ ସମର୍ଥôତ ତାଳଚେର ଶିଳ୍ପାଂଚଳ ଶ୍ରମିକ ସଂଘର ସଭାପତି ତଥା ବିଜେପି ଜିଲ୍ଲା ଉପସଭାପତି ମନୋଜ କୁମାର ପ୍ରଧାନଙ୍କ ନେତୃତ୍ୱରେ ତାଳଚେର ହିଙ୍ଗୁଳା ଓ କଳିଙ୍ଗ ଖୋଲା ଖଦାନରେ ପାପ୍ ସୋସାଇଟି ଗୁଡିକରେ କାର୍ଯ୍ୟରତ ସମସ୍ତ ଠିକା ଶ୍ରମିକମାନଙ୍କର ୫ ଦଫା ସମ୍ବଳିତ ଏକ ଦାବିପତ୍ର  ହିଙ୍ଗୁଳା କ୍ଷେତ୍ରର ଏପିଏମଙ୍କ ଜରିଆରେ ସମ୍ବଲପୁର ବୁର୍ଲା ସ୍ଥିତ ଏମସିଏଲର ସିଏମଡିଙ୍କୁ ପ୍ରଦାନ କରାଯାଇଛି । ପାପ୍ ସୋସାଇଟି ଗୁଡିକରେ କାମ କରୁଥିବା ସମସ୍ତ ଠିକା ଶ୍ରମିକମାନଙ୍କୁ କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ଥିରୀକୃତ ଏଚପିସି ପେମେଣ୍ଟ ପ୍ରଦାନ କରାଯିବା, ସମସ୍ତ ଠିକା ଶ୍ରମିକମାନଙ୍କର ସିଏମପିଏଫ କରାଯିବାର ବ୍ୟବସ୍ଥା, ସମସ୍ତ ଠିକା ଶ୍ରମିକମାନଙ୍କୁ ପିଏଲଆଇ ବୋନସ ପ୍ରଦାନ, ସମସ୍ତ ଠିକା ଶ୍ରମିକଙ୍କୁ ଗିଫ୍ଟ କାର୍ଡ ପ୍ରଦାନ ବ୍ୟବସ୍ଥା ଏବଂ ସମସ୍ତ ଠିକା ଶ୍ରମିକଙ୍କୁ ସେମାନଙ୍କର ମାସିକିଆ ପେମେଣ୍ଟ ସ୍ଲିପ୍ ପ୍ରଦାନ ଇତ୍ୟାଦି ଦାବିଗୁଡିକୁ ନେଇ ହିଙ୍ଗୁଳା କ୍ଷେତ୍ରର ମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଠିକା ଶ୍ରମିକ ଭାଇମାନଙ୍କ ଦ୍ୱାରା ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ହିଙ୍ଗୁଳା କ୍ଷେତ୍ରର ଏପିଏମଙ୍କ ଜରିଆରେ ଏମସିଏଲର ଅଧ୍ୟକ୍ଷ ତଥା ପରିଚାଳନା ନିଦେ୍ର୍ଦଶକଙ୍କୁ ଏକ ୫ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା ।