ରାଜ୍ୟ ବନ୍ୟପ୍ରାଣୀ ବୋର୍ଡର ବୈଠକ

 ଭୁବନେଶ୍ୱର:  ଆଜି ଅପରାହ୍ନରେ ଖାରବେଳ ଭବନସ୍ଥିତ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ସମ୍ମିଳନୀ କକ୍ଷରେ ରାଜ୍ୟ ବନ୍ୟପ୍ରାଣୀ ବୋର୍ଡର ସ୍ଥାୟୀ କମିଟିର ଦଶମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମନ୍ତ୍ରୀ ତଥା ରାଜ୍ୟ ବନ୍ୟପ୍ରାଣୀ ବୋର୍ଡର ସ୍ଥାୟୀ କମିଟିର ଅଧ୍ୟକ୍ଷ ଗଣେଶ ରାମ ସିଂଖୁଣ୍ଟିଆ ଅଧ୍ୟକ୍ଷତା କରି କହିଲେ ଯେ ଜନକଲ୍ୟାଣ ଓ ବିକାଶମୂଳକ ପଦକ୍ଷେପ ନେବାବେଳେ ଜଙ୍ଗଲ ବିଭାଗ କେବେହେଲେ ଅନ୍ତରାୟ ହେବ ନାହିଁ । ଭଟଲି ବିଧାୟକ ଇରାଶିଷ ଆଚାର୍ଯ, ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ,  ପୂର୍ବତନ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଡ ଅଜିତ କୁମାର ପଟ୍ଟନାୟକ, ଓୟୁଏଟିର ପ୍ରାଣୀ ବିଜ୍ଞାନ ମହାବିଦ୍ୟାଳୟର ପୂର୍ବତନ ପ୍ରଫେସର ଡ ନିରଞ୍ଜନ ସାହୁ, ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଆଦିତ୍ୟ ଚରଣ ପଣ୍ଡା, ଅନୁସୂଚିତ ଜନଜାତିର ପ୍ରତିନିଧି ସତ୍ୟନାରାୟଣ ମାଝୀ, ପ୍ରଧାନ ମୁଖ୍ୟ ବନସଂରକ୍ଷକ ଓ ବନବାହିନୀ ମୁଖ୍ୟ ସୁରେଶ ପନ୍ଥ ପ୍ରଧାନ ମୁଖ୍ୟ ବନସଂରକ୍ଷକ ପ୍ରେମ କୁମାର ଝା ସଦସ୍ୟ ସଚିବ ଭାବେ ବୈଠକରେ ଯୋଗ ଦେଇ ବିଭିନ୍ନ ପ୍ରସ୍ତାବ ଉପରେ ବିଶଦ ଆଲୋଚନା କରିଥିଲେ ।