ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ‘ରାଜଭାଷା ହିନ୍ଦୀ ଓ ପୋଷଣ ମାସ’ କର୍ମଶାଳା

 ଭୁବନେଶ୍ୱର :  ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଂଚାର ବୁ୍ୟରୋ, (ସିବିସି) ପ୍ରାଦେଶିକ କାର୍ଯ୍ୟାଳୟ ଓ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ଆଜି ‘ରାଜଭାଷା ହିନ୍ଦୀ କର୍ମଶାଳା ସହ ପୋଷଣ ମାସ’ କାର୍ଯ୍ୟକ୍ରମ ସଫଳତାର ସହିତ ଆୟୋଜିତ ହୋଇଛି ।
ପିଆଇବି ଓ ସିବିସିର ଅତିରିକ୍ତ ମହାନିଦେ୍ର୍ଦଶକ ଅଖିଳ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଅବସରରେ ବିଶେଷ ଅତିଥିଭାବେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସହାୟକ ପ୍ରଫେସର ଡକ୍ଟର ସ୍ନେହଲତା ଦାଶ, ସ୍ୱତନ୍ତ୍ର ଅତିଥି ଭାବେ ମହିଳା ଓ ଶିଶୁ ବିକାଶ ବିଭାଗ ସ୍ୱତନ୍ତ୍ର ସଚିବ ସ୍ୱୟଂପ୍ରଭା ମହାନ୍ତି, ରାଜଭାଷା ବିଭାଗର ସହାୟକ ନିଦେ୍ର୍ଦଶକ ସୁଶ୍ରୀ କୀର୍ତ୍ତି ସିଂଙ୍କ ସମେତ ବହୁ ସରକାରୀ ଅଧିକାରୀ ଓ କର୍ମଚାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ । ରାଜଭାଷା ହିନ୍ଦୀର ପ୍ରଚାର ପ୍ରସାର ସହିତ ସରକାରୀ କାର୍ଯ୍ୟରେ ଏହାର ପ୍ରୟୋଗକୁ ପ୍ରୋସôାହିତ କରିବା ଓ ପୋଷଣ ମାସ ପରିପ୍ରେକ୍ଷୀରେ ସାମାଜିକ ସଚେତନତାକୁ ବୃଦ୍ଧି କରିବା ଉଦେ୍ଦଶ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
କାର୍ଯ୍ୟକ୍ରମରେ ଆମନ୍ତ୍ରିତ ବିଶେଷଜ୍ଞମାନେ ରାଜଭାଷା ହିନ୍ଦୀର ଗୁରୁତ୍ୱ, ସରକାରୀ କାମରେ ଏହାର ପ୍ରୟୋଗ ଓ ପୋଷଣ ସମ୍ବନ୍ଧୀୟ ବିଭିନ୍ନ ପ୍ରାସଙ୍ଗିକ ବିଷୟରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ପିଆଇବି ଏଡିଜି ଶ୍ରୀ ମିଶ୍ର କହିଥିଲେ, ରାଜଭାଷା ହିନ୍ଦୀ କେବଳ ଏକ ମାଧ୍ୟମ ନୁହେଁ, ବରଂ ଦେଶର ସାମାଜିକ ଏବଂ ସାଂସ୍କୃତିକ ଏକତାର ପ୍ରତୀକ । ସରକାରୀ କାର୍ଯ୍ୟକଳାପରେ ରାଜଭାଷାର ସୁଚିନ୍ତିତ ପ୍ରୟୋଗ ଦ୍ୱାରା ସାଧାରଣ ନାଗରିକଙ୍କ ସହିତ ସିଧାସଳଖ ସମ୍ପର୍କ ସ୍ଥାପିତ ହୁଏ । ସେ କହିଥିଲେ ଯେ, କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା, ପ୍ରକଳ୍ପ ଏବଂ ସଚେତନତା କାର୍ଯ୍ୟକ୍ରମକୁ ହିନ୍ଦୀ ସହିତ ସ୍ଥାନୀୟ ଭାଷାରେ ଉପସ୍ଥାପନ କରିଲେ, ସାଧାରଣ ଲୋକଙ୍କ ପାଇଁ ଏହା ଅଧିକ ବୋଧଗମ୍ୟ ହୁଏ । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପ୍ରତ୍ୟେକ କାର୍ଯ୍ୟରେ ଭାଷାର ସମନ୍ୱୟକୁ ସୁନିଶ୍ଚିତ କରାଯାଉଛି । 
ଏହି କାର୍ଯ୍ୟକ୍ରମରେ ଦୂରଦର୍ଶନ ସମାଚାର ବିଭାଗ ମୁଖ୍ୟ ଡା. ଅଭିଷେକ ମିଶ୍ରା, ଆକାଶବାଣୀ ସମାଚାର ବିଭାଗ ମୁଖ୍ୟ ଡ. ସତ୍ୟନାରାୟଣ ପଟ୍ଟନାୟକ ଓ ସହାୟକ ନିଦେ୍ର୍ଦଶକ ତପନ କୁମାର ମହାରଣା, କେନ୍ଦ୍ରୀୟ ସଞ୍ଚାର ବୁ୍ୟରୋର ସହାୟକ ନିଦେ୍ର୍ଦଶକ ମନମୋହନ ପାଢୀ, ଜିତେନ୍ଦ୍ର ପ୍ରଧାନ, ପାର୍ଥସାରଥୀ ମଲ୍ଲିକ, କ୍ଷେତ୍ର ପ୍ରଚାର ଅଧିକାରୀ ନିର୍ମାଲ୍ୟ ବେହେରା, ପତ୍ର ସୂଚନା କାର୍ଯ୍ୟାଳୟର ଉପ ନିଦେ୍ର୍ଦଶକ ମନୋଜ କୁମାର ଜାଲି ଏବଂ ଗଣମାଧ୍ୟମ ଓ ଯୋଗାଯୋଗ ଅଧିକାରୀ ସ୍ୱାଧୀନ ଶକ୍ତି ପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ  । କେନ୍ଦ୍ରୀୟ ସଞ୍ଚାର ବୁ୍ୟରୋର ସହାୟକ ନିଦେ୍ର୍ଦଶକ ମହେନ୍ଦ୍ର ପ୍ରସାଦ ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପିଆଇବିର ସହାୟକ ନିଦେ୍ର୍ଦଶକ ପ୍ରଦୀପ କୁମାର ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ । କେନ୍ଦ୍ରୀୟ ସଞ୍ଚାର ବୁ୍ୟରୋର ତାପସ ପାଲ୍ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।