ଶିବାନନ୍ଦ ବିଦ୍ୟାଳୟରେ କୁକର୍ମ ମାମଲା : ତଦନ୍ତ ନିଦେ୍ର୍ଦଶ ଦେଲେ ରାଜ୍ୟ ମାନବାଧିକାର ଆୟୋଗ

 ଭୁବନେଶ୍ୱର : ଖଣ୍ଡଗିରି ସ୍ଥିତ ଶିବାନନ୍ଦ ଶତବାର୍ଷିକୀ ବିଦ୍ୟାଳୟରେ ଛାତ୍ର ମାନଙ୍କୁ ନୃଶଂସ ଭାବରେ ମାଡ଼ ମରାଯାଉଥିବା ଏବଂ କିଛି ଛାତ୍ରଙ୍କୁ ଯୈାନ ନିର୍ଯାତନା ଦିଆଯାଉଥିବା ଘଟଣା ସାରା ରାଜ୍ୟରେ ଚହଳ ପକାଇ ଦେଇଥିଲା ଏବଂ ରାଜ୍ୟର ପ୍ରମୁଖ ଗଣମାଧ୍ୟମରେ ଏହି ସ୍ପର୍ଶକାତର ଘଟଣା ପ୍ରକାଶିତ ହୋଇଥିଲା । ଘଟଣାକୁ ଲୋକଲୋଚନକୁ ଆଣିଥିବା ମାନବାଧିକାର କର୍ମୀ ତଥା ନେସନାଲ ପ୍ୟାରେଣ୍ଟ ଫେଡେରେସନ୍ ସଭାପତି ଭୁମୋହନ ବେବର୍ତ୍ତା ପଟ୍ଟନାୟକ ଏବଂ ମାନବାଧିକାର ସାମ୍ମୁଖ୍ୟ ସଭାପତି ରମେଶ ଭାରତୀ ଉପଯୁକ୍ତ ନ୍ୟାୟ ପାଇଁ ପୁଲିସ୍ ବିଭାଗ ଏବଂ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ସଚିବଙ୍କ ନିକଟରେ ଅଭିଯୋଗ ପତ୍ର ଦାଖଲ କରିଥିଲେ  । କିନ୍ତୁ ତଦନ୍ତ ବିଳମ୍ବ ହେବାଫଳରେ ଉପଯୁକ୍ତ ନ୍ୟାୟ ପାଇଁ  ସେ ରାଜ୍ୟ ମାନବାଧିକାର ଆୟୋଗଙ୍କ ଦ୍ୱାରସ୍ଥ ହୋଇଥିଲେ । ଆୟୋଗ ଅଧ୍ୟକ୍ଷ ମାନ୍ୟବର ଜଷ୍ଟିସ ଶତ୍ରୁଘ୍ନ ପୁଜାହାରି ଘଟଣାର ଉପଯୁକ୍ତ ତଦନ୍ତ ନିମନ୍ତେ ଗଣଶିକ୍ଷା ବିଭାଗର ସଚିବ ଏବଂ ଭୁବନେଶ୍ୱର ଡିସିପିଙ୍କୁ ନିର୍ଦ୍ଧଶ ଦେଇଥିଲେ  । ଗଣଶିକ୍ଷା ବିଭାଗ ତରଫରୁ ତଦନ୍ତ କରାଯାଇ ଘଟଣାର ସତ୍ୟାସତ୍ୟ ଥିଲା ଏବଂ ଘଟଣାକୁ ଚପାଇ ଦେବା ପାଇଁ କର୍ତ୍ତୃପକ୍ଷ ବ୍ୟବସ୍ଥା କରିଥିଲେ ଏବଂ ବିଭିନ୍ନ ଅନିୟମିତତା ଅଛି ବୋଲି ରିପୋର୍ଟ ଦାଖଲ କରିବାପରେ ଚାରିଟି ପର୍ଯ୍ୟାୟରେ ଶୁଣାଣୀ ପରେ ମାନ୍ୟବର ଅଧ୍ୟକ୍ଷ ପ୍ରାଥମିକ ଶିକ୍ଷା ନିଦେ୍ର୍ଦଶକଙ୍କୁ ବିଦ୍ୟାଳୟର ସ୍ୱୀକୃତି ପ୍ରତ୍ୟାହାର ପାଇଁଁ ନିଦେ୍ର୍ଦଶ ଦେବାସହ ଆସନ୍ତା ଜୁଲାଇ ୨୮ ତାରିଖ ସୁଦ୍ଧା ନିଦେ୍ର୍ଦଶକୁ କାର୍ଯକାରୀ କରି ରିପୋର୍ଟ ଦାଖଲ କରିବା ନିମନ୍ତେ ନିଦେ୍ର୍ଦଶ ଦେଇଛନ୍ତି ।