ନବନିଯୁକ୍ତ ପୌର ଅକାଉଣ୍ଟାଣ୍ଟଙ୍କ ପାଇଁ ଇଣ୍ଡକ୍ସନ୍ ଟ୍ରେନିଂ
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ତରଫରୁ ଅର୍ବାନ ଲୋକାଲ୍ ବଡି ମାନଙ୍କରେ ନବ ନିଯୁକ୍ତ ଅକାଉଣ୍ଟାଣ୍ଟମାନଙ୍କ ପାଇଁ ଏକ ୪୦ ଦିନିଆ ଇଣ୍ଡକ୍ସନ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମଧୁସୂଦନ ଦାସ ଆଞ୍ଚଳିକ ଆର୍ଥିକ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଭୁବନେଶ୍ୱରରେ ଆରମ୍ଭ କରାଯାଇଛି । ତାଲିମ କାର୍ଯ୍ୟକ୍ରମକୁ ମୁନିସିପାଲ୍ ଆଡମିନିଷ୍ଟ୍ରେସନ୍ ନିଦେ୍ର୍ଦଶକ ଅରିନ୍ଦମ ଡାକୁଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ । ଏହି ଅବସରରେ ସେ କହିଥିଲେ ଯେ, ପୌର ଅକାଉଣ୍ଟାଣ୍ଟମାନେ ସହରାଞ୍ଚଳ ଆର୍ଥିକ ପରିଚାଳନା ଓ ଶାସନର ମୂଳ ଅଂଗ ଭାବେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାନ୍ତି । ଏହି ପ୍ରଶିକ୍ଷଣ ତାଙ୍କୁ ବୃହତ୍ ଜ୍ଞାନ ଓ ଅନୁଭବ ଦେଇ ସାମର୍ଥ୍ୟଶାଳୀ କରିବ । ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅର୍ଥ ପରାମର୍ଶଦାତା ଶିଖା ବିଶ୍ୱାଳ, କୋର୍ସ ଡାଇରେକ୍ଟର ବିଭୁଦତ୍ତ ଆଚାର୍ଯ୍ୟ ଓ ପ୍ରତିଷ୍ଠାନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।