ଚିତ୍ରାଙ୍କନ ପ୍ରତିଯୋଗିତା
କଟକ : ଓଡ଼ିଶା ଲଳିତକଳା ଏକାଡେମୀ ଏବଂ ଶିଳ୍ପୀ ଅସିତ ମୁର୍ଖାଜୀ ସ୍ମୃତି ସଂସଦ ମିଳିତ ଆନୁକୂଲ୍ୟରେ ରବିବାର ସ୍ଥାନୀୟ ଶ୍ରୀରାମଚନ୍ଦ୍ର ଭବନଠାରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଶଶିକାନ୍ତ ରାଉତ, ସୁଶୀଲ ତି୍ରପାଠୀ, ମହେନ୍ଦ୍ର ପ୍ରସାଦ ମହାପାତ୍ର ପ୍ରମୁଖ ପ୍ରତିଯୋଗିତାରେ ବିଚାରକ ଥିଲେ । ଏହି ପ୍ରତିଯୋଗିତାକୁ ହରେକୃଷ୍ଣ ରାଉତ, ବିଜୟ ପ୍ରଧାନ ଏବଂ ଅକ୍ଷୟ ବେହେରା ପ୍ରମୁଖ ପରିଚାଳନା କରିଥିଲେ । ପ୍ରତିଯୋଗିତାର ଶ୍ରେଷ୍ଠ ୪୦ଜଣ ଛାତ୍ରଛାତ୍ରୀଙ୍କୁ ଆସନ୍ତା ୫ ତାରିଖ ଶନିବାର ଦିନ ସ୍ଥାନୀୟ ଶ୍ରୀରାମଚନ୍ଦ୍ରଭବନଠାରେ ପୁରସ୍କୃତ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି ।