ଅନୁପ୍ରବେଶକାରୀ ଚିହ୍ନଟ ଆରମ୍ଭ
ରାଜନଗର : ରାଜନଗର ବ୍ଲକରେ ବାଙ୍ଗଲାଦେଶୀ ଅନୁପ୍ରବେଶ ନେଇ ଚର୍ଚ୍ଚା ଲାଗି ରହିଥିଲା । ରାଜ୍ୟ ସରକାରଙ୍କ ନିଦେ୍ର୍ଦଶକ୍ରମେ କେନ୍ଦ୍ରାପଡା ଜିଲ୍ଲା ଭିତରେ ଥିବା ଅନୁପ୍ରବେଶକାରୀଙ୍କୁ ଯାଞ୍ଚ କରାଯାଇ ପୁଲିସ ପ୍ରଶାସନ ସହାୟତାରେ ସନେ୍ଦହ ଉପୁଜିଥିବା ବ୍ୟକ୍ତି ବିଶେଷଙ୍କୁ ଜିଲ୍ଲା ରେସ୍କୁ୍ୟ ସେଣ୍ଟରକୁ ଚାଲାଣ କରାଯାଉଛି । ଏହି ପ୍ରକ୍ରିୟା ଶନିବାରଠାରୁ ଆରମ୍ଭ ହୋଇଛି । ରାଜନଗର ଥାନାଧିକାରୀଙ୍କ ନରେଶକୁମାର ସାହୁଙ୍କ ନେତୃତ୍ୱରେ ଶନିବାର ଦିନ ସାନବଡଗୋପାଳପୁର ବଜାରର ପୁରୁଣା ଘାଟରୋଡ, ତିଳକନଗର ପ୍ରଭୃତି ସ୍ଥାନରୁ ୭୦ଜଣଙ୍କୁ ପୁଲିସ ଥାନାକୁ ଉଠାଇ ଆଣିଥିଲା । ସେମାନଙ୍କ କାଗଜପତ୍ର (ଆଧାରକାର୍ଡ, ଫଟୋ ପରିଚୟପତ୍ର, ରାସନକାର୍ଡ, ସ୍ଥାୟୀ ବାସିନ୍ଦା ପ୍ରମାଣ ପତ୍ର) ତନଖି କରାଯାଇଥିଲା । ସେମାନେ ପ୍ରଥମରୁ ପଶ୍ଚିମବଙ୍ଗ ରାଜ୍ୟର ପୂର୍ବ ମେଦିନପୁର ଓ ପଶ୍ଚିମ ମେଦିନପୁର ବାସିନ୍ଦା ବୋଲି ପୁଲିସକୁ କହିଥିଲେ । ସେମାନଙ୍କ ମଧ୍ୟରୁ ୧୧ଜଣ ଉପଯୁକ୍ତ ପ୍ରମାଣପତ୍ର ଦେଖାଇ ପାରିନଥିଲେ । ସନେ୍ଦହରେ ସେମାନଙ୍କୁ ଜିଲ୍ଲା ରେସ୍କୁ୍ୟ ସେଣ୍ଟରକୁ ପଠାଯାଇଥିଲା । ସେହିପରି ରବିବାର ଦିନ ରାଜନଗର ଥାନା ପକ୍ଷରୁ କେରଡାଗଡରେ ରହୁଥିବା ୯ଜଣଙ୍କୁ ଯାଞ୍ଚ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୮ଜଣଙ୍କ କାଗଜପତ୍ର ସନେ୍ଦହାସ୍ପଦ ହେବାରୁ ସେମାନଙ୍କୁ ମଧ୍ୟ ଜିଲ୍ଲା ରେସ୍କୁ୍ୟ ସେଟଂରକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି । ସେହିପରି ଏହି ବ୍ଲକ ତାଳଚୁଆ ସାମୁଦ୍ରିକ ଥାନା ପକ୍ଷରୁ ଆଇଆଇସି ବିମଳକୁମାର ମଲ୍ଲିକଙ୍କ ନେତୃତ୍ୱରେ ଶନିବାର ଓ ରବିବାର ଦିନ ୨୬ଜଣଙ୍କୁ ଥାନାକୁ ଡାକି ଯାଞ୍ଚ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୨ଜଣ ଉପଯୁକ୍ତ ପ୍ରମାଣପତ୍ର ଦେଇନପାରିବାରୁ ଜିଲ୍ଲା ରେସ୍କୁ୍ୟ ସେଟଂରକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି ।