ରାଣୀହାଟ ହାଇସ୍କୁଲକୁ ଐତିହ୍ୟ ବିଦ୍ୟାଳୟ ମାନ୍ୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଓଡ଼ିଶା ଇତିହାସର ଅନନ୍ୟ ମୁକସାକ୍ଷୀ ରାଣୀହାଟ ଉଚ୍ଚ ବିଦ୍ୟାଳୟ ଆଜି ଠାରୁ ଶହେ ବର୍ଷରେ ପଦାର୍ପଣ କରିବାକୁ ଯାଉଛି ଏବଂ ଏହି ଖ୍ୟାତି ସମ୍ପନ୍ନ ବିଦ୍ୟାଳୟକୁ ଐତିହ୍ୟ ବିଦ୍ୟାଳୟର ମାନ୍ୟତା ଦିଆ ଯିବା ପାଇଁ ନିଷ୍ପତ୍ତି କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି । କଟକ ସ୍ଥିତ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମଠାରେ ଆୟୋଜିତ ରାଣୀହାଟ ଉଚ୍ଚ ବିଦ୍ୟାଳୟର ଶତ ବାର୍ଷିକୀ ଉସôବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଐତିହ୍ୟ ବିଦ୍ୟାଳୟ ଭାବେ ମାନ୍ୟତା ଦୃଷ୍ଟିରୁ ଏହାର ଆନୁସଙ୍ଗିକ ବିକାଶ ପାଇଁ ୪ କୋଟି ଟଙ୍କା ଏହି ବିଦ୍ୟାଳୟକୁ ପ୍ରଦାନ କରାଯିବ ଏବଂ ଏହାର ଉନ୍ନତିକରଣ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆହୁରି ୨ କୋଟି ଟଙ୍କା ଅନୁଦାନ ଦିଆଯିବ ବୋଲି ଘୋଷଣା କରିଛନ୍ତି ।