ନଳକୂପ ଅଚଳ, ଲୋକେ ହୀନସ୍ତା

 ଏରସମା : ଏରସମା ବ୍ଲକ ଅନ୍ତର୍ଗତ ଭିତର ଅନ୍ଧାରୀ ପଞ୍ଚାୟତ ଗୁଆମୁଣ୍ଡା ଗ୍ରାମର  ନିଶା ମହାନ୍ତି ଘର ସମ୍ମୁଖରେ ଥିବା ନଳକୂପଟି ଦୀର୍ଘଦିନ ହେବ ଅଚଳ ହୋଇପଡିଛି  । ଏହି ନଳକୂପ ଉପରେ ପାଖାପାଖି ୪୦୦ରୁ ୫୦୦ ଲୋକେ ନିର୍ଭର କରିଥାନ୍ତି । ଏହି ଅଚଳ ନଳକୂପ ପାଇଁ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପିଇବା ପାଣି ପାଇଁ ସରକାର ନଳକୂପ ଖନନ କରିଛନ୍ତି; କିନ୍ତୁ ମରାମତିର ଅବ୍ୟବସ୍ଥା ଦେଖିବାକୁ ମିଳୁଛି  । ଗ୍ରାମୀୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗକୁ ବାରମ୍ବାର ଅବଗତ କରାଯାଇଥିଲେ ସୁଦ୍ଧା ବିଭାଗ ଚୁପ୍ ବସିଥିବା ଅଭିଯୋଗ ହୋଇଛି । ତୁରନ୍ତ ପଦକ୍ଷେପ ନିଆଯିବା ପାଇଁ ଗ୍ରାମବାସୀମାନେ ଦାବି ଜଣାଇଛନ୍ତି  ।