ରାମମନ୍ଦିର ଆଗରୁ ଚୋରି ହୋଇଥିବା ଶିଶୁକୁ ବାଲେଶ୍ବରରୁ ଉଦ୍ଧାର
ରାମମନ୍ଦିର ସାମ୍ନାରୁ ଦୃଷ୍ଟିବାଧିତ ମା’ଠାରୁ ଚୋରି ହୋଇଥିବା ଦେଢ଼ବର୍ଷର ଶିଶୁପୁତ୍ରକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ଜଣାଯାଇଛି । ରାଜଧାନୀରୁ ଚୋରି ଶିଶୁକୁ ବାଲେଶ୍ବରରୁ ଉଦ୍ଧାର କରିଛି କମିନଶରେଟ୍ ପୋଲିସ । ଉଦ୍ଧାର ପରେ ଭୁବନେଶ୍ବରକୁ ଆଣୁଛି ପୋଲିସର ସ୍ବତନ୍ତ୍ର ଟିମ୍।
ସୂଚନାଯୋଗ୍ୟ, ଅପହରଣକାରୀ ଶିଶୁପୁତ୍ରକୁ ଧରି ଭୁବନେଶ୍ବର ରେଳଷ୍ଟେସନ୍ ଭିତରକୁ ଯାଇଥିବା ସିସିଟିଭି ଫୁଟେଜ୍ରୁ ଜଣାପଡ଼ିଥିଲା । ଏହି ଆଧାରରେ ପୋଲିସ ଅପହର୍ତ୍ତା ପାଖରେ ପହଞ୍ଚିବାକୁ ୫ଟି ଟିମ୍ ଗଠନ କରି ରାଜ୍ୟ ଓ ରାଜ୍ୟ ବାହାରକୁ ପଠାଇଥିଲା । କୋଲକାତାର ଖଡ଼ଗପୁର, ହାୱଡ଼ା ସମେତ ରାଜ୍ୟର ବିଭିନ୍ନ ରେଳଷ୍ଟେସନ୍କୁ ସିସିଟିଭି ଫୁଟେଜ୍ ପଠାଇ ପୋଲିସ ଅପହର୍ତ୍ତା ସମ୍ପର୍କରେ ସୂଚନା ସଂଗ୍ରହ କରିବାକୁ ଉଦ୍ୟମ ଚଳାଇଥିଲେ । ଏହାବାଦ ଶିଶୁ କଲ୍ୟାଣ ସମିତି ଓ ଚାଇଲ୍ଡ ଲାଇନ୍ ଅଧିକାରୀମାନେ ଥାନାରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି । ଅପରପକ୍ଷେ ଶିଶୁପୁତ୍ରଟିକୁ ହରାଇ ଦୃଷ୍ଟିବାଧିତ ମା’ଟି ବିକଳରେ କାନ୍ଦୁଥିବା ଦେଖିବାକୁ ମିଳିଥିଲା । ଏଥିସହ ଛୁଆକୁ ତାଙ୍କୁ ଫେରାଇଦେବାକୁ ଅନୁରୋଧ କରିଥିଲେ ।