'ସୁଭଦ୍ରା' ଫର୍ମ ପୂରଣ ପାଇଁ ମହିଳାଙ୍କଠାରୁ ଟଙ୍କା ନେବା ପଡ଼ିଲା ମହଙ୍ଗା

ସୁଭଦ୍ରା' ଫର୍ମ ପୂରଣ ପାଇଁ ମହିଳାଙ୍କଠାରୁ ଟଙ୍କା ନେବା ମହଙ୍ଗା ପଡ଼ିଛି। ଗିରଫ ହୋଇଛି CSCର ଜଣେ କର୍ମଚାରୀ। ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଥାନା ପୁଲିସ୍ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
‘ସୁଭଦ୍ର’ ଯୋଜନ ଫର୍ମ ଆବେଦନ ସମ୍ପୂର୍ଣ୍ଣ ମାଗଣା ରହିଛି। ଏହା ସତ୍ତ୍ୱେ ଟିଟିଲାଗଡ ମନିଗାଁରେ ଥିବା ଜନସେବା କେନ୍ଦ୍ରର କର୍ମଚାରୀ ଆକାଶ ସାହୁ ସୁଭଦ୍ରା ଯୋଜନା ଫର୍ମ ଆବେଦନ ପାଇଁ ଜଣାକୁ ୧୩୦ ଟଙ୍କା ଲେଖାଏଁ ନେଉଥିଲେ। ଏନେଇ ଟିଟିଲାଗଡ଼ ବିଡିଓ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରି ଆକାଶକୁ ଗିରଫ କରିଥିଲା। ‘ସୁଭଦ୍ରା’ ଯୋଜନା ଫର୍ମ ପୂରଣ ପାଇଁ ସେ ଟଙ୍କା ନେଉଥିବା ପୁଲିସ୍ ପାଖରେ ସ୍ୱୀକାର କରିଛି। ଏନେଇ ସୂଚନା ଦେଇଛନ୍ତି ଟିଟିଲାଗଡ ଏସଡିପିଓ ଅଙ୍କିତା କୁମ୍ଭାର।