ଜାତୀୟସ୍ତରୀୟ ଭୋଟର ତାଲିମ ଶିବିର
କାକଟପୁର: ଆଗାମୀ ପଞ୍ଚାୟତ ନିର୍ବାଚନ ଅବ୍ୟବହିତ ପୂର୍ବରୁ ଭୋଟରଙ୍କ ଶତପ୍ରତିଶତ ଭୋଟ ଦାନ ପ୍ରକ୍ରିୟାକୁ କ୍ରିୟାଶୀଳ କରିବା ପାଇଁ ବୁଥ୍ ଲେବଲ ଠାରୁ ସୁପରଭାଇଜର ପର୍ଯ୍ୟନ୍ତ ଅଫିସରଙ୍କୁ ସ୍ୱତନ୍ତ୍ର ତାଲିମ ଦେବା କାର୍ଯ୍ୟକ୍ରମ ସ୍ଥାନୀୟ ବ୍ଲକ ସଭାଗୃହରେ ୧୪ ଓ ୧୫ ତାରିଖ ଦୁଇଦିନ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ୧୦୨ ଜଣ ବିଏଲ୍ଓ ଏବଂ ୧୧ ଜଣ ସୁପରଭାଇଜରଙ୍କୁ ନେଇ ଆଗାମୀ ଭୋଟର ସଂଯୁକ୍ତ କାର୍ଯ୍ୟ ପାଇଁ ଜାତୀୟସ୍ତରୀୟ ଭୋଟର ତାଲିମ୍ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଛି । ଏଥିରେ ଭୋଟରଙ୍କୁ ଯୋଗ, ବାଦ, ସଂଶୋଧନ, ଆଧାର ସଂଯୋଗ, ପ୍ରବାସୀ ଭାରତୀୟଙ୍କୁ ଯୋଗ, ପ୍ରଭୁତି ଫର୍ମ ର ପୂରଣ ସଂକ୍ରାନ୍ତୀୟ ତାଲିମ୍ ଦେବା ସହିତ ଗୃହରୁ ଗୃହ ବୁଲି ଭୋଟର ଓ ପ୍ରବାସୀ, ବିଦେଶୀ, ଅନୁପସ୍ଥିତ, ଦୋହରା ଭୋଟରଙ୍କୁ ଚିହ୍ନଟ ଓ ପଦକ୍ଷେପ ନେବା ପାଇଁ ପ୍ରଶିକ୍ଷଣ କରାଯାଇଥିଲା । ଅନ୍ଲାଇନରେ ବିଏଲ୍ଓ ଆପ୍, ଭୋଟର ହେଲ୍ପ ଲାଇନ, ଏନଭିଏସ୍ପି ଆପ୍, ଇସିଆଇ ୱାୟବ ସାଇଡ୍ ମାଧ୍ୟମ ରେପୂର୍ଣ୍ଣାଙ୍ଗ ଭୋଟର ତାଲିକା ୨୦୨୫-୨୬ ପ୍ରସ୍ତୁତ ପାଇଁ ଆଲୋକପାତ କରିଥିଲେ । ବିଡିଓ ବିଷ୍ଣୁ ଗୋବିନ୍ଦ, ତହସିଲଦାର ଅଙ୍କିତା ଆନନ୍ଦିତା, ବିଇଓ ରବୀନ୍ଦ୍ର ନାଥ ନନ୍ଦ ଏବଂ ସିଡିପିଓ ମେରୀ ମାଇକେଲ ଯୋଗ ଦେଇଥିଲେ । କିଛି ମାତ୍ରାରେ ବାହାର ଦେଶ ବା ରାଜ୍ୟ ଭୋଟରମାନେ ଏଠାରେ ନ ରହି ତାଙ୍କର ଅନୁପସ୍ଥିତକୁ ନିର୍ବାଚନ ସମୟରେ ଉପସ୍ଥିତ ହେବାକୁ ଅନୁଧ୍ୟାନ କରି ଅଗ୍ରାଧିକାର ଭିତିରେ ପଦକ୍ଷେପ ନେବା ପାଇଁ ଆଲୋଚନା କରିଥିଲେ । ତ୍ରିଲୋଚନ ବିଶ୍ୱାଳ ପ୍ରଶିକ୍ଷକ ଭାବେ ତଥ୍ୟ ପ୍ରଦାନ କରିଥିଲେ ।