୧୮୫୯ ପ୍ରଶାସନିକ ପଦ ଖାଲି
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ବିଭାଗରେ ମୋଟ ୧୮୫୯ ପ୍ରଶାସନିକ ସେବା ପଦ ଖାଲିରହିଛି । ଏହାରି ମଧ୍ୟରେ ଆଇଏଏସ୍ ୬୭, ଆଇପିଏସ୍ ୬୯, ଆଇଏଫ୍ଏସ୍ ୬୯, ଓଏଏସ୍ ୨୫୩, ଓପିଏଏସ୍ ୨୫୩, ଓଡ଼ିଶା ଅର୍ଥସେବା ୨୭୪, ଓଡ଼ିଶା ବନସେବା ୬୧୧ ଏବଂ ଓଆର୍ଏସ୍ରେ ୨୬୩ ପଦବୀ ଅନ୍ତର୍ଭୁକ୍ତ । ଆଜି ଗୃହରେ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କେତେ ସଂଖ୍ୟକ କେଉଁ ବର୍ଗର ପ୍ରଶାସନିକ ପଦ ଖାଲି ଅଛି ପ୍ରଶ୍ନର ଉତ୍ତରରେ ଏହା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେହିପରି ଖାଲି ଥିବା ପଦବୀ ପାଇଁ ସିଧାସଳଖ ନିଯୁକ୍ତି ଏବଂ ପଦୋନ୍ନତି ମାଧ୍ୟମରେ ଏହି ପଦବୀ ଗୁଡିକୁ ପୂରଣ କରିବାକୁ ସମୟାନୁବର୍ତ୍ତୀ ପଦକ୍ଷେପ ନିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ ।