ଉଡ଼ାଣ ସମୟରେ ରନଓ୍ବେରେ ଅଟକିଲା ଇଣ୍ଡିଗୋ ବିମାନ : ଦୁର୍ଘଟଣାରୁ ବର୍ତ୍ତିଲେ ଏମ୍ପିଙ୍କ ସହ ୧୫୧ ଯାତ୍ରୀ
ଉତ୍ତରପ୍ରଦେଶର ଲକ୍ଷ୍ନୌ ବିମାନବନ୍ଦରରେ ଏକ ବଡ଼ ଅଘଟଣ ଟଳିଯାଇଛି। ଦିଲ୍ଲୀ ଯାଉଥିବା ଏକ ଇଣ୍ଡିଗୋ ବିମାନ ଉଡ଼ାଣ ସମୟରେ ରନଓ୍ବେରେ ଅଟକି ଯାଇଥିଲା। କ୍ୟାପ୍ଟେନ୍ ସଠିକ୍ ସମୟରେ ବିମାନକୁ ଅଟକାଇ ଦେଇଥିଲେ। ଫଳରେ ୧୫୧ ଜଣ ଯାତ୍ରୀଙ୍କ ଜୀବନ ବଞ୍ଚାଇଥିଲେ। ସମାଜବାଦୀ ପାର୍ଟି ଏମ୍ପି ଏବଂ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ସ୍ତ୍ରୀ ଡିମ୍ପଲ ଯାଦବ ମଧ୍ୟ ଏହି ବିମାନରେ ଥିଲେ। ସୂଚନା ଅନୁଯାୟୀ, ବିମାନଟି ରନ୍ଓ୍ବେରେ ଗତି ବଢ଼ାଇଥିଲେ ମଧ୍ୟ ଉପରକୁ ଉଠିପାରିଲା ନାହିଁ। ବିମାନର କ୍ୟାପ୍ଟେନ ରନ୍ଓ୍ବେ ଶେଷ ହେବା ପୂର୍ବରୁ ଚତୁରତାର ସହିତ ବିମାନକୁ ଅଟକାଇ ଦେଇଥିଲେ। ଏହି ଘଟଣା ଯୋଗୁ୍ ବିମାନରେ ଥିବା ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ। ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିଲେ। ପରେ ବିମାନ କମ୍ପାନୀ ସମସ୍ତ ଯାତ୍ରୀଙ୍କୁ ଅନ୍ୟ ଏକ ବିମାନରେ ଦିଲ୍ଲୀ ପଠାଇଥିଲା।