ଆଜି ଓଡ଼ିଶା ଆସିବେ ଭେଙ୍କୟା ନାଇଡୁ ଓ ହିମନ୍ତ ବିଶ୍ୱଶର୍ମା
 
                                ଆଜି ଓଡ଼ିଶା ଆସିବେ ପୂର୍ବତନ ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁ ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ଏହି ଗ୍ରସ୍ତ ଅବସରରେ ଉଭୟ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।
ଭେଙ୍କୟା ନାଇଡ଼ୁ ଦୁଇ ଦିନିଆ ଗସ୍ତରେ ଆସି ଆଜି ଦିନ ୧୦ଟା ୧୫ରେ ଭୁବନେଶ୍ୱର ରେଳ ଷ୍ଟେସନରେ ପହଞ୍ଚିବେ। ସେଠାରୁ ରାଜଭବନ ଯାଇ ସେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ। ସେହିପରି ହିମନ୍ତ ବିଶ୍ୱଶର୍ମା ଦିନିକିଆ ଗସ୍ତରେ ଆସି ଆଜି ସକାଳ ସାଢେ ୧୦ଟା ବେଳେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ସେ
ସିଧାସଳଖ ରଜଭବନ ଯାଇ ରାଜ୍ୟପାଳଙ୍କ ସହ ସୌଜନ୍ୟମୂଳକ ସାକ୍ଷତ କରିବେ। ପାଖାପାଖି ଘଣ୍ଟାଏ ଧରି ରାଜଭବନରେ ରହିବେ ହିମନ୍ତ ବିଶ୍ୱଶର୍ମା। ପରେ ରାଜଭବନରୁ ବାହାରି ଭୁବନେଶ୍ୱର ବିମାନ ବନ୍ଦର ଯିବେ। ସେଠାରୁ ସେ ଝାଡଖଣ୍ଡ ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି।                        
 
 Rasmita Behera
                                    Rasmita Behera                                 
    
             
    
             
    
             
    
 
    
 
 
 
