ରାସ୍ତା କଡ଼ରେ ବିପଦପୂର୍ଣ୍ଣ ଟ୍ରାନ୍ସଫର୍ମର : ବିଦୁ୍ୟତ୍ ବିଭାଗ ଦୃଷ୍ଟି ଦେବାକୁ ଦାବି
ସୁକିନ୍ଦା: ସୁକିନ୍ଦା ସଦରମହକୁମା ଅରାସାହି ସମିଲ ଛକ ରାସ୍ତା କଡ଼ରେ ଏକ ବିଦୁ୍ୟତ୍ ଟ୍ରାନ୍ସଫର୍ମର ଅତି ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ସ୍ଥାନୀୟ ଲୋକେ ଏ ବିଷୟରେ ବିଦୁ୍ୟତ୍ ବିଭାଗ କାର୍ଯ୍ୟାଳୟର ଦୃଷ୍ଟି ଆକର୍ଷଣ କଲେ ମଧ୍ୟ କୌଣସି ସୁଫଳ ମିଳିନି । ସେଠାରେ ପାଚେରୀରେ ହୋଇଥିଲେ ମଧ୍ୟ ଦୀର୍ଘଦିନ ହେବ ଫାଟକ ଲାଗିନାହିଁ । ଖୋଲା ଥିବାରୁ ଛୋଟ ପିଲାମାନେ ଭିତରକୁ ଯିବାର ସମ୍ଭାବନା ରହିଛି । ଅନେକ ସମୟରେ ଗାଈ ଗୋରୁ ଭିତରକୁ ପ୍ରବେଶ କରୁଛନ୍ତି । ଆଗାମୀ ଦିନରେ ଦୁର୍ଘଟଣା ଘଟିବାର ଯଥେଷ୍ଟ ସମ୍ଭାବନା ରହିଛି । ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି ।