ନଟବର ରାଉଳଙ୍କୁ ସମ୍ମାନ ସୂଚକ ଡକ୍ଟରେଟ ଉପାଧି

 ଭଣ୍ଡାରିପୋଖରୀ :  ଭଣ୍ଡାରିପୋଖରୀ ବ୍ଲକ ସରସଦା ହାଇସ୍କୁଲର ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ, ସାରସ୍ୱତ ସାଧକ, କବି ନଟବର ରାଉଳଙ୍କୁ ସମ୍ମାନ ସୂଚକ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଛି । ଭୁବନେଶ୍ୱରସ୍ଥିତ ‘ଘଡିଆ ଇଣ୍ଡିଆ ଚାରିଟେବୁଲ ଟ୍ରଷ୍ଟ’ ପକ୍ଷରୁ ଆନ୍ଧ୍ରପ୍ରଦେଶ ପୁଟ୍ଟପର୍ତ୍ତି ଜଗଦମ୍ବା ଟେମ୍ପଲ କନଫରେନ୍ସ ହଲରେ ଗତ ରବିବାର ଅନୁଷ୍ଠିତ ଉସôବରେ ସାହିତ୍ୟ ସାଧନା, ସମାଜସେବା ଓ ଆଧ୍ୟାତ୍ମିକ ଚେତନାର ପ୍ରଚାର ଓ ପ୍ରସାର ପାଇଁ ଶ୍ରୀ ରାଉଳଙ୍କୁ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଛି । ଉକ୍ତ ଉସôବରେ ମିସ ଏଲିନା ମୁଖ୍ୟ ଅତିଥି, କେ.ସି ଆଚାରୀ ମୁଖ୍ୟବକ୍ତା ଓ କେ କ୍ରିଷ୍ଣାରାଓ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଅସୁସ୍ଥତା ଯୋଗୁଁ ଉସôବକୁ ଯାଇ ପାରିନଥିବା ଶ୍ରୀ ରାଉଳଙ୍କ ପକ୍ଷରୁ ପୁତ୍ର ସରୋଜ କୁମାର ରାଉଳ ଉପାଧି ସୂଚକ ପ୍ରମାଣପତ୍ର ଗ୍ରହଣ କରିଥିଲେ । ଏଠାରେ ପ୍ରକାଶ ଯୋଗ୍ୟ ଯେ ଶ୍ରୀ ରାଉଳ ସ୍ଥାନୀୟ ଅଞ୍ଚଳର ବହୁ ଆଧ୍ୟାତ୍ମିକ, ସାଂସ୍କୃତିକ ଓ ନାଗରିକ ଅନୁଷ୍ଠାନ ସହ ଜଡିତ ହୋଇ ସମାଜସେବାରେ ବ୍ରତୀ ହୋଇଛନ୍ତି । ‘ଡଙ୍ଗରାର ଡାକ’, ‘ଆଖି ଆଇନାରେ’, ‘କାହାଣୀ କାଲି ଓ ଆଜିର’, ‘ମନର ଦେବତା’ ଆଦି ବହୁ ପୁସ୍ତକ ପ୍ରକାଶିତ ହୋଇଛି । ଏଥିପାଇଁ ବହୁ ଅନୁଷ୍ଠାନ ପକ୍ଷରୁ ଶ୍ରୀ ରାଉଳଙ୍କୁ ସମ୍ମାନିତ କରାଯାଇଛି । ଏହି ଖବର ପ୍ରଚାରିତ ହେବା ପରେ ଶ୍ରୀ ରାଉଳଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରାଯାଇଛି ।