ଇଣ୍ଡିଆ ବୁକରେ ସ୍ଥାନ ପାଇଲେ ଶ୍ରେୟାଂଶ

ବରୀ : ଯାଜପୁର ଜିଲ୍ଲା ବରୀ ବ୍ଲକ ବୋଦୁଅ ପଞ୍ଚାୟତର କନ୍ତିଆ ଗ୍ରାମର ସୌଭାଗ୍ୟ ରଞ୍ଜନ ପ୍ରଧାନ ଓ ଲୋପାମୁଦ୍ରା ମହାନ୍ତିଙ୍କ ୨ ବର୍ଷର ପୁଅ ଶ୍ରେୟାଂଶ ରାଜ ଇଣ୍ଡିଆ ବୁକରେ ସ୍ଥାନ ପାଇଛନ୍ତି । ତାଙ୍କ ମାଆ ସବୁବେଳେ ବିଭିନ୍ନ ପ୍ରକାର ଶିକ୍ଷାଦେବା ସହିତ ଜଣା ଅଜଣା ଓ ଦେଶ ବିଦେଶ ଉପରେ ମଧ୍ୟ ପୁଅକୁ ଶିକ୍ଷା ଦେଇଥାଆନ୍ତି । ସେ ଏବେ ଇଂରାଜୀରେ ୨୮ଟି ରାଜ୍ୟର ରାଜଧାନୀ,୧୪ଟା ଫଳ, ୧୧ଟା ପଶୁ, ୭ଟା ଦେଶର ପତାକା ଜାତୀୟ ସଂକେତ ଭଳି ଅନେକ କଥା କହି ଇଣ୍ଡିଆ ବୁକରେ ସ୍ଥାନ ପାଇଛନ୍ତି । ପୂର୍ବରୁ ଏହି ପରିବାର ମୁରବୀ ସୁରେନ୍ଦ୍ର କୁମାର ପ୍ରଧାନଙ୍କ ବଡ଼ପୁଅ ପୁଅ ମଧ୍ୟ ଇଣ୍ଡିଆ ବୁକରେ ସ୍ଥାନ ପାଇଥିଲେ । ପୁଅ ଶ୍ରୟାଂଶର କୃତିତ୍ୱ ପାଇଁ ପରିବାର ବେଶ ଖୁସି ବ୍ୟକ୍ତ କରିଛନ୍ତି ।