ରାସ୍ତାରେ ଭାସୁଛି ପାଣି, ଲୋକେ ଅସନ୍ତୁଷ୍ଟ
ସୋର: ସୋର ପୌରାଞ୍ଚଳ ୮ ନମ୍ବର ୱାର୍ଡରେ ରାସ୍ତା ଉପରେ ପାଣି ଜମିବା ଘଟଣାରେ ଆଜି ୱାର୍ଡବାସୀଙ୍କ ପକ୍ଷରୁ ଅସନ୍ତୋଷ ଦେଖିବାକୁ ମିଳିଥିଲା । ପୌରପାଳିକା ପକ୍ଷରୁ ରାସ୍ତା ଉପରୁ ପାଣି ବାହିବା ପାଇଁ ଆସିଥିବା ପୌର କର୍ମଚାରୀଙ୍କୁ ବିରୋଧ କରାଯାଇଥିଲା । ଏହାର ସ୍ଥାୟୀ ସମାଧାନ ପାଇଁ ଦାବି କରି ଅଞ୍ଚଳବାସୀ ରାସ୍ତା ଜାମ କରିବା ସହିତ ପାଣି ବାହିବାକୁ ଦେଇନଥିଲେ । ଫଳରେ ଅଣାୟତ୍ତ ପରିସ୍ଥିତି ସୃଷ୍ଟି ହୋଇଥିଲା ।ଖବର ପାଇ ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିଥିଲେ ।ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଲକ୍ଷ୍ମଣ କୁମାର ମୁର୍ମୁଙ୍କ ସମେତ ଅନ୍ୟ ଅଧିକାରି ଓ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ପୂର୍ତ୍ତ ବିଭାଗ ସହ ଆଲୋଚନା କରି ଯଥାଶୀଘ୍ର କାମ ଆରମ୍ଭ ହେବ ଏବଂ ସେତେଦିନ ପର୍ଯ୍ୟନ୍ତ ପ୍ରତିଦିନ ରାସ୍ତାରୁ ପାଣି ବୋହା ଯିବା ନେଇ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।