ରାସ୍ତା ପାଲଟିଛି ମରଣଯନ୍ତା 

 ରାଜକନିକା : ଅସରାୟ ବର୍ଷାରେ ରାସ୍ତା ପାଲଟିଛି ମରଣଯନ୍ତା  । ଏପରି ସ୍ଥିତି ଦେଖିବାକୁ ମିଳିଛି ପୂର୍ତ୍ତ ବିଭାଗ ଅଧୀନରେ ଥିବା ରାଜକନିକା ଅଶୋକ ବଜାରରୁ କଟକ ଚାନ୍ଦବାଲି ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ଚନ୍ଦନପୋଖରୀ ଛକରେ  । ସୂଚନା ଅନୁସାରେ, ରାଜ୍ୟ ସରକାର ପ୍ରତ୍ୟକ ବର୍ଷ ଜନସାଧାରଣଙ୍କ ସୁଗମନାଗମନ ପାଇଁ ପୁଳା ପୁଳା ଅର୍ଥ ପୂର୍ତ୍ତ ବିଭାଗ ଜରିଆରେ ଖର୍ଚ୍ଚ କରୁଥିବା ବେଳେ ଠିକାଦାର ଓ ଜେଇ କେଉଁଠି ପିଚୁର ଚାଦର ଦେଉଛନ୍ତି ତ କେଉଁଠି ପିଚୁ ଗୋଳା ଗୋଡି ଛିଞ୍ଚି ମାଲାମାଲ ହେଉଛନ୍ତି  । ଏହି ପରିପେକ୍ଷୀରେ ଚଳିତ ମାସ କାଳବୈଶାଖୀ ବର୍ଷାରେ ରାସ୍ତାର ଖାଲ ଖମାରେ ପାଣି ଜମି ସଡକ ଦୁର୍ଘଟଣା ଭଳି ବିପଦ ଦେଖା ଦେଉଥିବା ବେଳେ ଯାତାୟତରେ ବାଧା ଉପୁଜୁଛି  । ଏନେଇ ରାସ୍ତାର ମରାମତି ପାଇଁ ସାଧାରଣରେ ଦାବୀ ଜୋର ଧରିଛି  । ତେବେ ତୁରନ୍ତ ରାସ୍ତା ମରାମତି କରାନଗଲେ  ଆନେ୍ଦାଳନ କରବେବୋଲି ସ୍ଥାନିୟଲୋକ ଚେତାବନୀ ଦେଇଛନ୍ତି  ।